ମ୍ୟାଚ୍ ପୂର୍ବରୁ ଇଂଲଣ୍ଡର ମାଇଣ୍ଡଗେମ୍, ଇଣ୍ଡିଆକୁ ସାମ୍ କରନଙ୍କ ଖୋଲା ଚ୍ୟାଲେଞ୍ଜ

Advertisment

୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ମନେ ଅଛି ତ? ଅହମ୍ମଦାବାଦର ଲକ୍ଷେ ଦର୍ଶକଙ୍କୁ ଚୁପ୍ କରିଦେବି ବୋଲି ପ୍ୟାଟ୍ କମିନ୍ସ ଯେଉଁ ହୁଙ୍କାର ଦେଇଥିଲେ, ଠିକ୍ ସେହିଭଳି କିଛି ଚେତାବନୀ ଏବେ ଇଂଲଣ୍ଡ ଶିବିରରୁ ଆସିଛି। ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ୍ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ, ସାମ କରନ୍ ଭାରତୀୟ ପ୍ରଶଂସକଙ୍କୁ ସାଇଲେଣ୍ଟ କରିଦେବାକୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ମନେ ଅଛି ତ? ଅହମ୍ମଦାବାଦର ଲକ୍ଷେ ଦର୍ଶକଙ୍କୁ ଚୁପ୍ କରିଦେବି ବୋଲି ପ୍ୟାଟ୍ କମିନ୍ସ ଯେଉଁ ହୁଙ୍କାର ଦେଇଥିଲେ, ଠିକ୍ ସେହିଭଳି କିଛି ଚେତାବନୀ ଏବେ ଇଂଲଣ୍ଡ ଶିବିରରୁ ଆସିଛି। ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ୍ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ, ସାମ କରନ୍ ଭାରତୀୟ ପ୍ରଶଂସକଙ୍କୁ ସାଇଲେଣ୍ଟ କରିଦେବାକୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

A6

କନକ ବ୍ୟୁରୋ :  ଟି-୨୦ ବିଶ୍ୱକପ୍ ସେମିଫାଇନାଲ ପୂର୍ବରୁ ବଢ଼ିଲାଣି ମାନସିକ ଯୁଦ୍ଧ। ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ କରନ୍। ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କ ଶୈଳୀରେ କରନ୍ କହିଛନ୍ତି , ସେ ୱାଙ୍ଖେଡେର ଗର୍ଜୁଥିବା ଦର୍ଶକଙ୍କୁ ସ୍ତବ୍ଧ କରିଦେବେ।

ଅଧିକ ପଢ଼ନ୍ତୁ : ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ: କିୱି ଆଗରେ ୧୭୦ ରନର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା...

୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ମନେ ଅଛି ତ? ଅହମ୍ମଦାବାଦର ଲକ୍ଷେ ଦର୍ଶକଙ୍କୁ ଚୁପ୍ କରିଦେବି ବୋଲି ପ୍ୟାଟ୍ କମିନ୍ସ ଯେଉଁ ହୁଙ୍କାର ଦେଇଥିଲେ, ଠିକ୍ ସେହିଭଳି କିଛି ଚେତାବନୀ ଏବେ ଇଂଲଣ୍ଡ ଶିବିରରୁ ଆସିଛି। ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ୍ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ, ସାମ କରନ୍ ଭାରତୀୟ ପ୍ରଶଂସକଙ୍କୁ ସାଇଲେଣ୍ଟ କରିଦେବାକୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କରନ୍ କହିଛନ୍ତି, "ୱାଙ୍ଖେଡ଼େରେ ଭାରତୀୟ ସମର୍ଥକଙ୍କ କୋଳାହଳ ଅତି ଭୟଙ୍କର ହୋଇଥାଏ, କିନ୍ତୁ ଜଣେ ବିଦେଶୀ ଖେଳାଳି ଭାବେ ସେହି ଗର୍ଜନକୁ ନିସ୍ତବ୍ଧ କରିବାରେ ଯେଉଁ ଆନନ୍ଦ ମିଳେ, ତାହା ଅକଳ୍ପନୀୟ।" ପ୍ୟାଟ୍ କମିନ୍ସଙ୍କ ସେହି ପୁରୁଣା ଘା’କୁ ସତେଜ କରି କରନ୍ କହିଛନ୍ତି , ଇଂଲଣ୍ଡ ଦଳ ଭାରତକୁ ତାଙ୍କରି ମାଟିରେ ହରାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆଇପିଏଲ୍ ଖେଳୁଥିବାରୁ କରନ୍ ୱାଙ୍ଖେଡେର ପିଚ୍ ଓ ପରିସ୍ଥିତି ସହ ଭଲ ଭାବେ ପରିଚିତ। ଭାରତୀୟ ବ୍ୟାଟରଙ୍କୁ କ୍ରିଜରେ ବାନ୍ଧି ରଖିବା ପାଇଁ ସେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି। ଗୋଟିଏ ପଟେ ସୂର୍ୟ୍ୟ ବାହିନୀ ନିଜ ଘରୋଇ ଗ୍ରାଉଣ୍ଡରେ ବିଜୟୀ ହୋଇ ଫାଇନାଲ ଟିକେଟ୍ କାଟିବାକୁ ଲକ୍ଷ୍ୟ ରଖିଥିବା ବେଳେ, ଇଂଲଣ୍ଡର ଏହି ମାଇଣ୍ଡ ଗେମ୍ ଏବେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି। କାଲି ଜଣାପଡିବ  ସାମ କରନ୍ ନିଜ କଥା ରଖୁଛନ୍ତି ନା ୱାଙ୍ଖେଡେର ନୀଳ ସମୁଦ୍ର ଭଳି ଦର୍ଶକଙ୍କ ଗର୍ଜନରେ ଇଂଲଣ୍ଡ ଟିମ୍ ଭାସିଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe