କନକ ବ୍ୟୁରୋ: ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ମୋଇନ୍ ଅଲ୍ଲୀ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ତାଙ୍କୁ ଦଳରେ ଚୟନ ନକରାଯିବା ପରେ, ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ଏହି ଅଲରାଉଣ୍ଡର ଜଣକ ନିଜ କ୍ୟାରିୟରରେ ଇଂଲଣ୍ଡ ପକ୍ଷରୁ ୬୮ଟି ଟେଷ୍ଟ, ୧୩୮ଟି ଦିନିକିଆ ଏବଂ ୯୨ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ଖାସ୍ କରି ୨୦୧୯ ଦିନିକିଆ ବିଶ୍ୱକପ୍ ଓ ୨୦୨୨ ଟି-୨୦ ବିଶ୍ୱକପ୍ ବିଜୟୀ ଇଂଲଣ୍ଡ ଦଳର ସେ ସଦସ୍ୟ ଥିଲେ ।
ତେବେ ମିଳିଥିବା ସୂଚନା ମୁତାବକ, ମୋଇନ୍ ଅଲ୍ଲୀ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଖେଳିବା ଜାରି ରଖିବେ । ଆଉ ଆଗକୁ ଯାଇ ସେ କୋଚିଂରେ ମଧ୍ୟ ମନୋନିବେଶ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଖେଳାଳି ଜଣକ ୨୦୧୪ ମସିହାରେ ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ । ଆଉ ପ୍ରାୟ ୧୦ ବର୍ଷ ପରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ।
ମୋଇନ୍ ଅଲ୍ଲୀ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ୩୭ ବର୍ଷୀୟ ଅଟେ । ଚଳିତ ମାସରେ ଅଷ୍ଟ୍ରେଲିଆ ବିରୋଧରେ ହେବାକୁ ଥିବା ସିରିଜରେ ମୋତେ ଦଳରେ ସୁଯୋଗ ମିଳିଲାନି । ମୁଁ ଇଂଲଣ୍ଡ ପାଇଁ ବହୁତ କ୍ରିକେଟ୍ ଖେଳିଛି । ତେଣୁ ଏବେ ସମୟ ଆଗାମୀ ପୀଢିକୁ ସମୟ ଦେବା । ମୋତେ ଲାଗୁଛି ରିର୍ଟାୟାରମେଣ୍ଟ ନେବାର ଏହା ପ୍ରକୃତ ସମୟ । ଆଉ ମୁଁ ମୋ କାମ କରିଦେଲି ।
ସୂଚନାଯୋଗ୍ୟ ଯେ, ମୋଇନ୍ ଅଲ୍ଲୀ ଇଂଲଣ୍ଡ ପକ୍ଷରୁ ମ୍ୟାଚ୍ ଖେଳି ଟେଷ୍ଟରେ ୨୦୪ଟି ଓ୍ୱିକେଟ୍, ଦିନିକିଆରେ ୧୧୧ଟି ଓ୍ୱିକେଟ୍ ଏବଂ ଟି-୨୦ରେ ୫୧ଟି ଓ୍ୱିକେଟ୍ ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/fReqFW38UmrSsdiL6ALl.jpg)