କନକ ବ୍ୟୁରୋ: କେନ୍ଦ୍ରପଡ଼ା ଜିଲ୍ଲା ଡେରାବିଶ ବ୍ଳକ କାଉପଡ଼ା ଗାଁର ଇଞ୍ଜିନିୟରିଂ ଛାତ୍ରୀ ପୁଷ୍ପଲତା ବେହେରା । ବୟସ ମାତ୍ର ୨୧ ବର୍ଷ । ପାଠ ପଢ଼ା ସହିତ ସେ ତାଙ୍କ ବାଡ଼ିରେ ମହୁ ଚାଷ କରିଛନ୍ତି । ଅନ୍ୟ ଚାଷୀ ମାନଙ୍କୁ ମଧ୍ୟ ଏହି ଚାଷ ବିଷୟରେ ପ୍ରେରଣା ଦେଉଛନ୍ତି । ଉନ୍ନତ ଜ୍ଞାନ କୌଶଳ ଆପଣାଇ ବର୍ଷକୁ ଦେଢ଼ କ୍ବିଂଟାଲ ମହୁ ଅମଳ କରୁଛନ୍ତି । 

Advertisment

ଏକ ଲିଟର ମହୁକୁ ୧୨ଶହ ଟଙ୍କାରେ ବିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏହା ସହ ମହୁ ବାକ୍ସ ଓ ଏହାର ସରଞ୍ଜାମ ବିକ୍ରି କରୁଛନ୍ତି । ମହୁ ଚାଷର କୌଶଳ ଅନ୍ୟ ଚାଷୀଙ୍କୁ ଶିଖାଉଛନ୍ତି ପୁଷ୍ପଲତା । ଦୀର୍ଘ ୩ ବର୍ଷ ତଳେ ଆରମ୍ଭ କରିଥିଲେ ଏହି ଚାଷ । ବ୍ୟବସାୟ ବୃଦ୍ଧି ସହ ପରିବାରର ଆର୍ଥିକ ସ୍ଥିତି ସୁଧାରିଛନ୍ତି ପୁଷ୍ପଲତା । ନିଜର ପଢ଼ା ଖର୍ଚ୍ଚ ମଧ୍ୟ ସେ ନିଜେ ଉଠାଉଛନ୍ତି । ଝିଅର ଏହି କାର୍ଯ୍ୟ ପାଇଁ ଅନେକ ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି । ପୁଷ୍ପଲତାଙ୍କ ଚାଷ ପ୍ରଣାଳି ଅନେକଙ୍କୁ ଆକୃଷ୍ଟ କରୁଛି । ଅନ୍ୟ ଚାଷୀ ମାନେ ମଧ୍ୟ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଏହି ଚାଷ କରିବା ପାଇଁ ମନବଳାଉଛନ୍ତି ।