କନକବ୍ୟୁରୋ : ଆଉ ମାତ୍ର ୩ ଦିନ ଯାଇଥିଲେ ଚାକିରି ଜୀବନରୁ ନେଇଥାନ୍ତେ ଅବସର । କିନ୍ତୁ ଏହାପୂର୍ବରୁ ଆଜି ଭିଜିଲାନ୍ସ ମାଡ଼ିବସିଛି । ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପଡିଥିବାବେଳେ ଆଉ ୩ ଦିନ ଯାଇଥିଲେ ଅବସର ନେଇଥାନ୍ତେ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆଙ୍କୁଲି ସ୍ଥିତ ବାସଭବନ, ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ସମେତ ୭ରୁ ଅଧିକ ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।
ଅବସର ୩ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : ଏକାକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି
ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
/kanak/media/media_files/2025/06/28/vigilan-2025-06-28-09-33-00.jpg)