ଚଳନ୍ତା ବିମାନରେ ଲାଗିଲା ନିଆଁ, ଅଳ୍ପକେ ଟଳିଗଲା ବଡ଼ ବିମାନ ଦୁର୍ଘଟଣା

ଉଡ଼ାଣ ଭରିବା ପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, କରାଗଲା ଜରୁରୀ ଅବତରଣ । ଅଳ୍ପକେ ବର୍ତ୍ତିଲା ଅନେକ ଯାତ୍ରୀଙ୍କ ଜୀବନ । ଡେଲ୍ଟା ଏୟାରଲାଇନ୍ସ ବୋଇଂ ବିମାନ ଶୁକ୍ରବାର ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଟଲାଣ୍ଟା ଅଭିମୁଖେ ଉଡ଼ାଣ ଭରିଥିଲା ।

Boeing-

କନକ ବ୍ୟୁରୋ: ଉଡ଼ାଣ ଭରିବା କ୍ଷଣି ବିମାନରେ ଲାଗିଲା ନିଆଁ । ଲସ୍‌ ଆଞ୍ଜେଲସ୍‌ ବିମାନ ବନ୍ଦରରୁ ଡେଲ୍‌ଟା ଏୟାରଲାଇନ୍ସର ବିମାନ ଗତ ଶୁକ୍ରବାର ୨୫୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରଥିଲା । ହେଲେ ଉଡ଼ାଣ ଭରିବାର ମାତ୍ର କେଇ ମିନିଟ୍‌ରେ ବିମାନର ଗୋଟିଏ ଇଞ୍ଜିନ୍‌ରେ ନିଆଁ ଲାଗି ଯାଇଥିଲା । ଫଳରେ ତୁରନ୍ତ ବିମାନଟି ଏୟାରପୋର୍ଟରେ ଅବତରଣ କରିଥିଲା । ଏହି ବିମାନ ଆଟ୍‌ଲାଣ୍ଟା ଅଭିମୁଖେ ଉଡ଼ାଣ ଭରିଥିଲା । 

ଡେଲ୍‌ଟା ଏୟାରଲାଇନ୍ସର DL446 ବୋଇଂ 767-400ରେ ଦୁଇଟି CF6 ଜେନେରାଲ ଇଞ୍ଜିନ୍‌ ରହିଛି । ଶନିବାର ସମସ୍ତ ସେଫ୍‌ଟି ପ୍ରଟୋକଲ ପରେ ବିମାନଟି ଉଡ଼ାଣ ଭରିଥିଲା । ପ୍ରଶାନ୍ତ ମହାସାଗର ଉପରେ ବିମାନ ଉଡ଼ାଣ ଭରୁଥିବା ସମୟରେ ଗୋଟିଏ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିବା ନେଇ କ୍ର୍ୟୁ ମେମ୍ବର ସୂଚନା ଦେଇଥିଲେ । ବିମାନରେ ବାମ ପାଖ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଲା । ଏହାପରେ ଯାତ୍ରୀଙ୍କୁ ବିଚଳିତ ନହେବାକୁ କହିତିଲେ କ୍ର୍ୟୁ ମେମ୍ବରମାନେ । ବିମାନଟି ବଡ଼ ଅଘଟଣକୁ ଏଡ଼ାଇ ଯାଇଥିବା ବେଳେ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି । ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ ଦ୍ୱାରା ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe