କନକ ବ୍ୟୁରୋ: ଉଡ଼ାଣ ଭରିବା କ୍ଷଣି ବିମାନରେ ଲାଗିଲା ନିଆଁ । ଲସ୍ ଆଞ୍ଜେଲସ୍ ବିମାନ ବନ୍ଦରରୁ ଡେଲ୍ଟା ଏୟାରଲାଇନ୍ସର ବିମାନ ଗତ ଶୁକ୍ରବାର ୨୫୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରଥିଲା । ହେଲେ ଉଡ଼ାଣ ଭରିବାର ମାତ୍ର କେଇ ମିନିଟ୍ରେ ବିମାନର ଗୋଟିଏ ଇଞ୍ଜିନ୍ରେ ନିଆଁ ଲାଗି ଯାଇଥିଲା । ଫଳରେ ତୁରନ୍ତ ବିମାନଟି ଏୟାରପୋର୍ଟରେ ଅବତରଣ କରିଥିଲା । ଏହି ବିମାନ ଆଟ୍ଲାଣ୍ଟା ଅଭିମୁଖେ ଉଡ଼ାଣ ଭରିଥିଲା ।
ଡେଲ୍ଟା ଏୟାରଲାଇନ୍ସର DL446 ବୋଇଂ 767-400ରେ ଦୁଇଟି CF6 ଜେନେରାଲ ଇଞ୍ଜିନ୍ ରହିଛି । ଶନିବାର ସମସ୍ତ ସେଫ୍ଟି ପ୍ରଟୋକଲ ପରେ ବିମାନଟି ଉଡ଼ାଣ ଭରିଥିଲା । ପ୍ରଶାନ୍ତ ମହାସାଗର ଉପରେ ବିମାନ ଉଡ଼ାଣ ଭରୁଥିବା ସମୟରେ ଗୋଟିଏ ଇଞ୍ଜିନ୍ରେ ନିଆଁ ଲାଗିଯାଇଥିବା ନେଇ କ୍ର୍ୟୁ ମେମ୍ବର ସୂଚନା ଦେଇଥିଲେ । ବିମାନରେ ବାମ ପାଖ ଇଞ୍ଜିନ୍ରେ ନିଆଁ ଲାଗିଯାଇଲା । ଏହାପରେ ଯାତ୍ରୀଙ୍କୁ ବିଚଳିତ ନହେବାକୁ କହିତିଲେ କ୍ର୍ୟୁ ମେମ୍ବରମାନେ । ବିମାନଟି ବଡ଼ ଅଘଟଣକୁ ଏଡ଼ାଇ ଯାଇଥିବା ବେଳେ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି । ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ ଦ୍ୱାରା ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/20/boeing-2025-07-20-11-52-18.jpg)