ଇଂଲଣ୍ଡର ଲର୍ଡସ ବିଜୟ; ଲଢ଼ିଲେ ଜାଡେଜା, ହେଲେ ଶେଷରେ ହାରିଗଲେ

ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ । ଯେଉଁଥିରେ ପ୍ରଥମ ଇଂନିସରେ ଉଭୟ ଦଳ ୩୮୭ ରନ୍ କରିଥିଲେ । ଏହାପରେ ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ୧୯୨ ରନ୍ କରିଥିଲା ।

india lost lords test

india lost lords test Photograph: (KANAK NEWS)

କନକ ବ୍ୟୁରୋ: ଇଂଲଣ୍ଡର ଲର୍ଡସ ବିଜୟ । ଦ୍ୱିତୀୟ ଟେଷ୍ଟରେ ହାରିଲା ଟିମ୍ ଇଣ୍ଡିଆ । ସୋମବାର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ୧୯୩ ରନର ପିଛା କରୁଥିବା ଭାରତ ୧୭୦ ରନରେ ଅଲଆଉଟ୍ ହୋଇଯାଇଛି । ଆଉ ଦ୍ୱିତୀୟ ଟେଷ୍ଟକୁ ଜିତିବାକୁ ୨୩ ରନ ପଛରେ ପଡ଼ିଯାଇଛି । ତେବେ ଶେଷ ସମୟ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ଜିତାଇବାକୁ ଚେଷ୍ଟା କରିଥିବା ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବେକାର ହୋଇଛି । ଇଂଲଣ୍ଡ ଏବେ ସିରିଜରେ ୨-୧ରେ ଆଗୁଆ ହୋଇଛି ।

ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିଲା ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ । ଯେଉଁଥିରେ ପ୍ରଥମ ଇଂନିସରେ ଉଭୟ ଦଳ ୩୮୭ ରନ୍ କରିଥିଲେ । ଏହାପରେ ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ୧୯୨ ରନ୍ କରିଥିଲା । ଆଉ ବିଜୟ ପାଇଁ ଭାରତ ଆଗରେ ଲକ୍ଷ୍ୟ ରହିଥିଲା ୧୯୩ ରନ୍ । ହେଲେ ଭାରତ କିନ୍ତୁ ଏହି ଟାର୍ଗେଟ୍ ହାସଲ କରିବାରେ ବିଫଳ ହୋଇଛି । ଟିମ୍ ଇଣ୍ଡିଆ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୬୧ ରନ୍ କରିବା ସହିତ ଶେଷ ପର୍ୟ୍ୟନ୍ତ କ୍ରିଜରେ ନଟ୍ ଆଉଟ୍ ରହିଥିଲେ । ଏମିତି କି ଦୁଇ ଶେଷ ବ୍ୟାଟ୍ସମ୍ୟାନ୍ ବୁମରା ଆଉ ସିରାଜଙ୍କ ସହ ଭାରତକୁ ଜିତାଇବାର ଆଶା ଦେଖାଇଥିଲେ । ବୁମରା ୫୪ ବଲ୍ ଖେଳିଥିଲେ, ଆଉ ସିରାଜ ୩୦ ବଲ୍ । ହେଲେ ଶେଷରେ କିନ୍ତୁ ସିରାଜ ଇଂଲଣ୍ଡ ସ୍ପିନ୍ ବୋଲର ସୋଏବ୍ ଓ୍ୱସିରଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ଆଉ ଭାରତର ସବୁ ଆଶା ମଉଳିଯାଇଥିଲା ।

ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ଜିତିବା ପରେ, ଭାରତ ଦ୍ୱିତୀୟ ଟେଷ୍ଟରେ ଜବରଦସ୍ତ ବିଜୟ ହାସଲ କରିଥିଲା । ଏହାପରେ ଲର୍ଡସରେ ଆରମ୍ଭ ହୋଇଥିଲା ତୃତୀୟ ଟେଷ୍ଟ । ଯାହାକୁ ଜିତି ସିରିଜରେ ଲିଡ୍ ନେବାକୁ ଦୁଇ ଦଳ ପ୍ଲାନ୍ ପ୍ରସ୍ତୁତ କରିଥିଲେ । ଆଉ ଶେଷରେ ଏହି ମ୍ୟାଚରେ ବାଜି ମାରିନେଇଛି ଇଂଲଣ୍ଡ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe