ଗଞ୍ଜାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଚଢ଼ାଉ : କଟକ ଓ କେନ୍ଦୁଝରରେ ବି ଚାଲିଛି ତନାଘନା

Advertisment

ଗଞ୍ଜାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଚଢ଼ାଉ। ରେଡ୍ ବେଳେ ଜବତ ହେଲା ପାଖାପାଖି ୨କୋଟି ଟଙ୍କା। ୧୦୦ ଜଣିଆ ଟିମ୍‌ର ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ ।

ଗଞ୍ଜାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଚଢ଼ାଉ। ରେଡ୍ ବେଳେ ଜବତ ହେଲା ପାଖାପାଖି ୨କୋଟି ଟଙ୍କା। ୧୦୦ ଜଣିଆ ଟିମ୍‌ର ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ ।

Screenshot 2026-01-16 153539

Photograph: (KANAKNEWS)

କନକବ୍ୟୁରୋ :  ଗଞ୍ଜାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଚଢ଼ାଉ। ରେଡ୍ ବେଳେ ଜବତ ହେଲା ପାଖାପାଖି ୨କୋଟି ଟଙ୍କା। ୧୦୦ ଜଣିଆ ଟିମ୍‌ର ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ ।  କଟକ ଓ କେନ୍ଦୁଝରରେ ବି ଚାଲିଛି ତନାଘନା ।  ଗଞ୍ଜାମରେ ୧୦୦ ଜଣିଆ ଟିମ୍‌ ନେଇ ଏକକାଳୀନ ଚଢ଼ଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।  ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ । ବାଲି, ମଦ ବ୍ୟବସାୟୀଙ୍କ ଘ‌ରେ ଛାପା ମାରିଲା ଇଡି   , ଆଜି ସକାଳୁ ସକାଳୁ ପୂରା ଜିଲ୍ଲାକୁ ଇଡି ଟିମ୍‌ ଖେଦି ଯାଇଛନ୍ତି । ସମୟ ଯେତିକି ବଢ଼ିଲା, ଗୋଟିଏ ପରେ ଗୋଟିଏ ଟିମ୍‌ ଚଢ଼ଉ କରୁଥିବାର ଖବର ମିଳିବା ପରେ  ବ୍ରହ୍ମପୁର ସହରର ୫ରୁ ୬ ସ୍ଥାନରେ ଚଢ଼ଉ ହୋଇଛି । ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁର, ଲାଞ୍ଜିପଲ୍ଲୀ ସହ ସହର ଉପକଣ୍ଠ କନିଷିରେ ଚଢ଼ଉ କରିଛି ଇଡି ।

ଗଞ୍ଜାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଚଢ଼ାଉ,  ୧୦୦ ଜଣିଆ ଟିମ୍‌ର ଏକକାଳୀନ ଚଢ଼ଉ

ବାଲି, ମଦ ବ୍ୟବସାୟୀଙ୍କ ସହ ବିଜେଡି ପୃଷ୍ଠପୋଷକ ସାଜିଥିବା ଠିକାଦାରଙ୍କ ଘରେ ଘନ ଘନ ଚଢ଼ଉ ହୋଇଛି। ସେହିପରି ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା  ଓ ଛତ୍ରପୁରରେ ବି ଚଢ଼ଉ ହୋଇଛି। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମା ନଗର ଠାରେ ଥିବା ବିଶିଷ୍ଟ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ କାର୍ଯ୍ୟାଳୟରେ ମଧ୍ୟ ଚାଲିଛି ଇଡି ଚଢ଼ାଉ କରିଛି । ଗଞ୍ଜାମ ଜିଲ୍ଲା ଆସିକା-ଶେରଗଡ଼ର ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ଇଡି ରେଡ୍‌ କରୁଛି  ।  ଆଜି ସକାଳୁ ତିନୋଟି ଟିମ ତାଙ୍କ ଶେରଗଡ଼ ସ୍ଥିତ ପୈତୃକ ଘରେ ଚଢାଉ କରୁଛି। ହୃଷିକେଶ ପାଢୀ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ମଧ୍ୟ ରହିଛନ୍ତି ।  ତେବେ ମନି ଲଣ୍ଡରିଂ ନା ଆଉ କେଉଁ କାରଣ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି, ତାହା ଜଣାପଡିନାହିଁ। ସେହିପରି ବ୍ରହ୍ମପୁରର ବ୍ୟବସାୟୀ ଘରେ ଇଡି ଚଢ଼ାଉ । ବିଜିପୁର କାଳୁଆସାହିର ବ୍ୟବସାୟୀ ବିଶ୍ବନାଥ ପାତ୍ରଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। 
ଗଞ୍ଜାମରେ ଇଡିର ବଡ଼ ଚଢ଼ାଉ
- ଗଞ୍ଜାମରେ ଇଡିର ୧୦୦ ଜଣିଆ ଟିମ୍‌ର ଏକକାଳୀନ ଚଢ଼ଉ
- ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ
- ବାଲି, ମଦ ବ୍ୟବସାୟୀଙ୍କ ଘ‌ରେ ଛାପା ମାରିଲା ଇଡି
- ବ୍ରହ୍ମପୁର ସହରର ୫ରୁ ୬ ସ୍ଥାନରେ ଚଢ଼ଉ  
- ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସ
- ଜୟପ୍ରକାଶ ନଗରଠାରେ ଥିବା ହୃଷୀକେଶଙ୍କ ପୁଅ ସଚୀନ ପାଢ଼ୀଙ୍କ ଘର
- ବିଜିପୁର କାଳୁଆସାହିରେ ରହୁଥିବା ହକି ଓରଫ ବିଶ୍ୱଜିତ ପାତ୍ରଙ୍କ ଘର
- ଗାନ୍ଧୀନଗର ସ୍ଥିତ ଅମ୍ବିକାନଗରରେ ରହୁଥିବା ହରି ପାଢ଼ୀଙ୍କ ଘର
- କନିଷି ଗାଁର ବ୍ୟବସାୟୀ ସୁନୀଲ ପାତ୍ରଙ୍କ ଘର
- ଆସ୍କା ବ୍ଲକ ଖାରିଆ ସରପଞ୍ଚ ଜୟନ୍ତୀ ସାହୁ ଏବଂ ତାଙ୍କ ସ୍ୱାମୀ ମଦ ଓ ବାଲି ବ୍ୟବସାୟୀ ଭଗବାନ ସାହୁଙ୍କ ବାସଭବନ
- ଶେରଗଡ଼ର ବିଜେଡି ନେତା ହୃଷୀକେଶ ପାଢୀଙ୍କ ବାସଭବନ
-- 


 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe