ଜଳ ଯନ୍ତ୍ରଣାରେ କେନ୍ଦ୍ରାପଡ଼ାର ଏଣ୍ଡୁଳାପୁରୁ ଗାଁ : ପୋଖରୀ ଅପରିଷ୍କାର ପାଣି ପିଉଛନ୍ତି ୭୦ ପରିବାର

ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଲୋକମାନଙ୍କୁ ଯୋଗାଇ ଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।

15

Photograph: (kanaknews)

କନକବ୍ୟୁରୋ : ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଲୋକମାନଙ୍କୁ ଯୋଗାଇ ଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।  ହେଲେ ଅନେକ ସ୍ଥାନରେ ଏହାର ସଫଳ ରୂପାୟନ ହୋଇପାରୁନି । 

ହାତରେ ଗରା, ବାଲଟି। ଦଳବଦ୍ଧ ହୋଇ ଚାଲିଛନ୍ତି । କାହିଁକି ଜାଣିଛନ୍ତି? ପାଣି ପାଇଁ  , ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ବର୍ଷେ ହେଲାଣି ଅଚଳ ।  ସେଥିପାଇଁ ପୋଖରୀର ଅପରିଷ୍କାର ପାଣି ପିଇବାକୁ ବାଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଜୟନଗର ପଞ୍ଚାୟତ ଏଣ୍ଡୁଳାପୁରୁ ଗାଁର ୭୦ ପରିବାର ।  

ଗାଁରେ ୮ ଦିନରେ ଥରେ ପାଇପ୍‌ ପାଣି ଆସୁଛି। ବାରମ୍ବାର ପ୍ରଶାସନକୁ ଜଣାଇଲେ ବି କେହି ଶୁଣୁନାହାନ୍ତି ! ଆଳି ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଗାଁ ଲୋକ ।  ତୁରନ୍ତ ଗାଁକୁ ଶୁଦ୍ଧ ପାଣି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ  ।
ଗାଁଟି ବ୍ରାହ୍ମଣୀ ଓ ବୈତରଣୀ ନଦୀ କୂଳରେ ଅବସ୍ଥିତ ହୋଇଥିବାରୁ ନଳକୂପରୁ ଗୋଳିଆ ଓ ଲୁଣାପାଣି ବାହାରେ !  ତେଣୁ ପାଇପ ପାଣି ଯୋଗାଇାଦେବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe