କନକବ୍ୟୁରୋ : ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଲୋକମାନଙ୍କୁ ଯୋଗାଇ ଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଅନେକ ସ୍ଥାନରେ ଏହାର ସଫଳ ରୂପାୟନ ହୋଇପାରୁନି ।
ହାତରେ ଗରା, ବାଲଟି। ଦଳବଦ୍ଧ ହୋଇ ଚାଲିଛନ୍ତି । କାହିଁକି ଜାଣିଛନ୍ତି? ପାଣି ପାଇଁ , ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ବର୍ଷେ ହେଲାଣି ଅଚଳ । ସେଥିପାଇଁ ପୋଖରୀର ଅପରିଷ୍କାର ପାଣି ପିଇବାକୁ ବାଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଜୟନଗର ପଞ୍ଚାୟତ ଏଣ୍ଡୁଳାପୁରୁ ଗାଁର ୭୦ ପରିବାର ।
ଗାଁରେ ୮ ଦିନରେ ଥରେ ପାଇପ୍ ପାଣି ଆସୁଛି। ବାରମ୍ବାର ପ୍ରଶାସନକୁ ଜଣାଇଲେ ବି କେହି ଶୁଣୁନାହାନ୍ତି ! ଆଳି ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଗାଁ ଲୋକ । ତୁରନ୍ତ ଗାଁକୁ ଶୁଦ୍ଧ ପାଣି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।
ଗାଁଟି ବ୍ରାହ୍ମଣୀ ଓ ବୈତରଣୀ ନଦୀ କୂଳରେ ଅବସ୍ଥିତ ହୋଇଥିବାରୁ ନଳକୂପରୁ ଗୋଳିଆ ଓ ଲୁଣାପାଣି ବାହାରେ ! ତେଣୁ ପାଇପ ପାଣି ଯୋଗାଇାଦେବାକୁ ଦାବି ହୋଇଛି ।