କନକ ବ୍ୟୁରୋ : ସୁଭଦ୍ରା ଅଟକାଇଛି ଦାଦନ ରାସ୍ତା । ଟଙ୍କା ପାଇଥିବା ପରିବାର ଏବେ ଦାଦନ ଯିବାକୁ ସଜବାଜ ହେଉଛନ୍ତି। ପଶ୍ଚିମ ଓଡ଼ିଶାର ନୂଆଁଖାଇ ପର୍ବ ପାଇଁ ଦାଦନ ଶ୍ରମିକ ଘରକୁ ଆସିଥିଲେ । ନୂଆଁଖାଇ ସରିବା ପରେ ଗତ ୧୭ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତି ୫ ହଜାର ଟଙ୍କା ମିଳିଛି । ଏବେ ପୁଣି ଦାଦନ ଶ୍ରମିକ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

Advertisment

ରାସ୍ତାରେ ବସକୁ ଅପେକ୍ଷା । ପେଟପାଟଣା ପାଇଁ ବାହାର ରାଜ୍ୟକୁ ଭରସା । କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ରାଜରାସ୍ତାରେ ସବୁ ଦିନ ଏ ଦୃଶ୍ୟ ଦେଖିବାକୁ ମିଳିଛି । ନୂଆଖାଇ ସରିବା ପରେ ଗାଁରୁ ଚେନ୍ନାଇବାଙ୍ଗାଲୋରମୁମ୍ବାଇ ଯାଉଛନ୍ତି ଦାଦନ ଶ୍ରମିକ । ହେଲେ ଏଥର ଟିକେ ବଦଳିଯାଇଛି ଚିତ୍ର ।

ଦାଦନ ଶ୍ରମିକଙ୍କୁ ଅଟକାଇ ରଖିଥିଲା ସୁଭଦ୍ରା ଟଙ୍କା ପ୍ରଥମ କିସ୍ତି ପରେ ଦାଦନ ଯିବାକୁ ସଜବାଜ ନୂଆଁଖାଇ ସରିବା ପରେ ସୁଭଦ୍ରା ଟଙ୍କା ପାଇଁ ଆଧାର-ମୋବାଇଲ ସଂଯୋଗକେୱାଇସି ଅପଡେଟରେ ସମୟ ଗଡିଚାଲିଥିଲା । ଆଉ ଗତ ୧୭ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତି ମିଳିଛି । ସତେ ଯେମିତି ନୂଆଁଖାଇର ଖର୍ଚ୍ଚକୁ ସୁଭଦ୍ରା ଟଙ୍କା ଭରଣା କରିଛି । ଆଉ ବାହାର ରାଜ୍ୟକୁ ଯିବ ପାଇଁ ବସଟ୍ରେନ ଯାତ୍ରାର ଭଡ଼ା ବି ଲୋକଙ୍କୁ ମିଳିଯାଇଛି ।

ଯେଉଁମାନେ ସୁଭଦ୍ରା ଟଙ୍କା ପାଇ ପାରିନାହାନ୍ତି । ସେମାନେ ଗାଁରେ ଆହୁରି କିଛି ଦିନ ରହି ଅପେକ୍ଷା କରୁଛନ୍ତି। ସୁଭଦ୍ରା ଟଙ୍କାରେ ମହିଳା ସଶକ୍ତୀକରଣର ଯେଉଁ ରୂପରେଖ ସରକାର ଆଙ୍କିଛନ୍ତି । କଳାହାଣ୍ଡିରେ କିନ୍ତୁ ଠିକ ତାର ଓଲଟା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଅଞ୍ଚଳର ଆଖିଦୃଶିଆ ବିକାଶ ହୋଇ ପାରିନାହିଁ

ଅଂଚଳର ଶତକଡା ୪୦ପ୍ରତିଶତ ଲୋକ ଏବେ ବି ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି । ୨୦୦୫-୦୬ ବର୍ଷରେ ଲଗାତାର ଦଣ୍ଡପାଟ ଅଞ୍ଚଳରେ ୧୦୮ଜଣ ଦାଦନଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିଲା । ୨୦୨୪ ସୁଦ୍ଧା ଦାଦନ ମୃତ୍ୟୁ ସଂଖ୍ୟା ୫ ଶହରୁ ଅଧିକ ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।

ଦଣ୍ଡପାଟ ଅଞ୍ଚଳର ଲୋକ ବିଧାୟକ ଠାରୁ ଆରମ୍ଭ କରି ବ୍ଳକ ଅଧ୍ୟକ୍ଷଉପାଧ୍ୟକ୍ଷ ପଦବୀ ପାଇଛନ୍ତି । କିନ୍ତୁ ଦୁର୍ଭାଗ୍ୟ ହେଲା ଦାଦନ ସମସ୍ୟାର ସ୍ଥାୟୀ ସମଧାନ ହୋଇପାରୁ ନାହିଁ ।