ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ୧୩ କି.ମି ରାସ୍ତା ପାଇଁ ଭଙ୍ଗାଯିବ ୫୧୭ ଘର

ବିଏମ୍‌ସି, ବିଡିଏ ପକ୍ଷରୁ ମିଳିତ ଉଚ୍ଛେଦ । ବସ୍ତି ବାସିନ୍ଦାଙ୍କ ଜୋରଦାର ବିରୋଧ

salia sahi

salia sahi Photograph: (KanakNews)

କନକ ବ୍ୟୁରୋ:  ଉଚ୍ଛେଦ ହେବ ସାଲିଆ ସାହି । ଏଥିପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ହେବ ସାଲିଆ ସାହିର କିଛି ଅଞ୍ଚଳ । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରିବାକୁ ଯାଉଛି ବିଏମସି ଓ ବିଡିଏ ।

ଅଧିକ ପଢନ୍ତୁ : ଭୁବନେଶ୍ୱର ସାଲିଆ ସାହିରେ ବଡ଼ଧରଣର ଚଢ଼ାଉ: ବସ୍ତି ଭିତରେ ଘରୁ ମିଳିଲା ବିପୁଳ ଦେଶୀ ମଦ ସାମଗ୍ରୀ

ପୂର୍ବରୁ ମଧ୍ୟ ଉଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପାଖାପାଖି ୫୧୭ ଘର ଉଛେଦ କରିବ ମିଳିତ ଟିମ । ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ରହିଛନ୍ତି । ସେପଟେ ଉଚ୍ଛେଦକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା ।

ଷ୍ଟୋରୀ ଅପଡେଟ୍‌ ହେଉଛି.. 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe