କନକବ୍ୟୁରୋ : ଖୋର୍ଦ୍ଧା ବଜାରରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ। ବଜାରରେ ଥିବା କ୍ୟାବିନ୍କୁ ଉଚ୍ଛେଦ କରାଯାଉଛି । ବୁଲ୍ଡୋଜର ମାଧ୍ୟମରେ ପୋଲିସ ଉପସ୍ଥିତରେ ଦୋକାନ ଘର ଭଙ୍ଗା ଯାଉଛି । ବ୍ୟବସାୟୀ ସଂଘର ନିବେଦନ ପରେ କିଛି ଦିନ ପାଇଁ କ୍ୟାବିନ ଉଛେଦକୁ ବନ୍ଦ ରଖାଯାଇଥିଲା ।
ହେଲେ ଆଜି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । କ୍ୟାବିନ ଥଇଥାନ ପାଇଁ ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ କରିଛି ପୌର ପ୍ରଶାସନ। ତେବେ ଏହି ଭେଣ୍ଡିଂ ଜୋନ୍କୁ ନଯିବା କୁ ଜିଦି ଧରିଛନ୍ତି ବ୍ୟବସାୟୀ । କୌଣସି ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କାରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଉପ ଜିଲାପାଳ ଓ ତହସିଲଦାରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/29/1u7Xr8qQnOfkmiEiI7Xv.png)