କନକ ବ୍ୟୁରୋ : ସକାଳୁ ସକାଳୁ ରାଜଧାନୀରେ ଏନକାଉଣ୍ଟର। ଆପାର୍ଟମେଣ୍ଟ ଲୁଟେରାକୁ ଏନ୍‌କାଉଣ୍ଟର କଲା ପୋଲିସ। ପ୍ରଥମ ଥର ପାଇଁ ରାଜ୍ୟ ବାହାର ଲୁଟେରା ଅର୍ଜୁନ ଅନାରେକୁ ଏନ୍‌କାଉଣ୍ଟର କରାଯାଇଛି। ସିରିଜ୍ ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ। ପାହାଳ ଥାନା ଅଞ୍ଚଳରେ ଏକ୍ ଆପାର୍ଟମେଣ୍ଟ ନିକଟରେ ହୋଇଛି ଏନ୍‌କାଉଣ୍ଟର। ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଅନାରେ ତାର ଗ୍ରୁପ ଆପାର୍ଟମେଣ୍ଟ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦେଖି ଦେଇଥିଲା। 

Advertisment

ପୋଲିସକୁ ଦେଖି ଅର୍ଜୁନ ସହ ତାଙ୍କ ଗ୍ରୁପ ଫେରାର୍ ହେବା ପାଇଁ ବସିଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇଥିଲା। ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ପାଲଟା ଗୁଳି ଚଳାଇବା ବେଳେ ଅର୍ଜୁନର ଗୋଡ଼ରେ ଗୁଳି ବାଜିଥିଲା। ଫଳରେ ଘଟଣାସ୍ଥଳରେ ଅର୍ଜୁନ ଆହତ ହୋଇ ପଡିଯାଇଥିବା ବେଳେ ଅନ୍ୟ ୪ ଜଣ ଲୁଟେରା ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଅର୍ଜୁନକୁ ପୋଲିସ ଧରିବା ସହ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ପରେ ତାକୁ ଏମ୍‌ସରେ ଭର୍ତି କରାଯାଇଛି।