କନକ ବ୍ୟୁରୋ : ପୁଲିସକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର । ଜଙ୍ଗଲରେ ଲୁଚିଥିବା ଖବର ପାଇ ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୁଲିସ । ପାଲଟା ଆକ୍ରମଣ ପରେ ପୁଲିସ ଗୁଳିରେ କମଲୁ ପ୍ରଧାନ ଆହତ ହୋଇଛି ।
ସୂଚନା ଅନୁସାରେ, ବୁର୍ଲା ଥାନା ଝରାପାଲିରେ ସ୍ୱାମୀ ସ୍ତ୍ରୀ ଝଗଡା ସମାଧାନ ପାଇଁ ବୁର୍ଲା ପିସିଆର ଝରାପାଲି ଯାଇଥିବା ବେଳେ କମଲୁ ପ୍ରଧାନ ପୋଲିସକୁ ଆକ୍ରମଣ କରିଥିଲେ । ଆକ୍ରମଣରେ କନଷ୍ଟେବଳ ସରୋଜ ଭୋଇଙ୍କ ପାପୁଲି ଛିଣ୍ଡିଯାଇଥିଲା । ଘଟଣା ପରେ ଅଭିଯୁକ୍ତ ଫେରାର ରହିଥିଲା । ଏବେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁଲିସ । ଆହତ ଅବସ୍ଥାରେ କମଲୁ ପ୍ରଧାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/UbQMMQOSTyth7OzobS5m.jpg)