କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ରେଙ୍ଗାଲି ଥାନା ରମ୍ପେଲା ବ୍ରିଜ ନିକଟରେ ଏନକାଉଣ୍ଟର କରିଛି ପୋଲିସ । ଏଥିରେ ଅପରାଧୀ ସଂଜୀବ କରାଲି ଆହତ ହୋଇଛି । ସଂଜୀବର ଡାହାଣ ଆଣ୍ଠୁ ତଳେ ଗୋଟିଏ ଗୁଳି ବାଜିଥିବାରୁ ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ସଂଜୀବ ନାଁରେ ୨୩ରୁ ଅଧିକ ଡକାୟତି, ଚୋରି ଭଳି ସଙ୍ଗୀନ ଅଭିଯୋଗ ରହିଛି ।
ଗତ ୨୨ ତାରିଖରେ ଚାରମାଳରେ ସଂଗଠିତ ହୋଇଥିବା ଡକାୟତି ଘଟଣାରେ ସଂଜୀବକୁ ପୋଲିସ ଧରିବାକୁ ଯାଇଥିବା ବେଳେ ପ୍ରଥମେ ସଞ୍ଜୀବ ୩ ରାଉଣ୍ଡ ଫାୟାରିଂ କରିଥିଲା । ଜବାବରେ ପୋଲିସ ୨ ରାଉଣ୍ଡ ଏନକାଉଣ୍ଟର କରିଥିବା ଉତ୍ତରାଞ୍ଚଳ ଆଇଜି ପ୍ରେସମିଟ୍ କରି କହିଛନ୍ତି ।