କନକବ୍ୟୁରୋ : ରାଉରକେଲାରେ ଦୁର୍ଦାନ୍ତ ଅପରାଧୀ ଲକୁଆକୁ ଏନକାଉଣ୍ଟର । ପୋଲିସ ଗୁଳିଲେ ଅଭିଯୁକ୍ତ ଆହତ । ଗୁଳିଟି ଦୁର୍ଦାନ୍ତ ଅପରାଧୀର ଡାହାଣ ଗୋଡ଼ରେ ଗୁଳି ବାଜି ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି l ବିଶ୍ରା ଥାନା ଅକ୍ଷୟଶିଳା ଜଳ ପ୍ରପାତ ନିକଟରେ ଏନକାଉଣ୍ଟର ହୋଇଛି ।
ଦୁର୍ଦାନ୍ତ ଅପରାଧୀ ଲକୁଆକୁ ଝାରଖଣ୍ଡ ଆନନ୍ଦପୁର ଅଂଚଳର ବ୍ୟାସ ଲକୁଆ l ଗୁରୁତର ବ୍ୟାସ ନାଁରେ ସୁନ୍ଦରଗଡ଼ ସମେତ ଝାରଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟରେ ରହିଛି ଅନେକ ମାମଲା ରହିଛି l ସୁପାରୀ କିଲର ଭାବରେ କାମ କରୁଥିବା ଏହି ଦୁର୍ଦାନ୍ତ ଅପରାଧୀ ନାଁ ଦାଦାବଟି, ଲୁଟପାଟ ଭଳି ଅନେକ ସଂଗୀନ ମାମଲା ରହିଛି l
ଆଜି ଭୋର ୪ଟା ସମୟରେ ବିଶ୍ରା ଥାନା ଅକ୍ଷୟଶିଳା ଜଳ ପ୍ରପାତ ଅଞ୍ଚଳରେ ଥିବା ରାଉରକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ସେହି ସ୍ଥାନରେ ଛକି ରହିଥିଲା । ପୋଲିସକୁ ଦେଖି ପ୍ରଥମେ ଲକୁଆକୁ ଗୁଳି ଚାଳନା କରିଥିଲା । ପରେ ପୋଲିସ ପାଲଟା ଗୁଳି ଚଳାଇବାରୁ ଅଭିଯୁକ୍ତ ଗୋଡରେ ବାଜିଥିଲା ଗୁଳି । ଭୁବନେଶ୍ବର ଓ ସମ୍ବଲପୁର ପରେ ଏବେ ରାଉରକେଲାରେ ଏନକାଉଣ୍ଟର ହୋଇଛି । ଲକୁଆ ନାଁରେ ଓଡ଼ିଶା ଓ ଝାରଖଣ୍ଡର ଅପରାଧିକ ମାମଲା ରହିଛି।