ଦୁଷ୍କର୍ମକାରୀକୁ ଏନକାଉଣ୍ଟର: ଗୁଳିବାଜି ୨ ଅଭିଯୁକ୍ତ ଘାଇଲା

Advertisment

ରାଜ୍ୟରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ବଢ଼ି ଚାଲିଥିବାବେଳେ ଆଜି ଝାରସୁଗୁଡା ପୋଲିସ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ପୋଲିସର ବନ୍ଧୁକ ଛଡ଼ାଇ ଫେରାର ଉଦ୍ୟମ ବେଳେ ଗର୍ଜିଛି ପୁଲିସର ଗୁଳି ।

ରାଜ୍ୟରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ବଢ଼ି ଚାଲିଥିବାବେଳେ ଆଜି ଝାରସୁଗୁଡା ପୋଲିସ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ପୋଲିସର ବନ୍ଧୁକ ଛଡ଼ାଇ ଫେରାର ଉଦ୍ୟମ ବେଳେ ଗର୍ଜିଛି ପୁଲିସର ଗୁଳି ।

encounter ss

Photograph: (kanak news)

କନକ ବ୍ୟୁରୋ: ରାଜ୍ୟରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ବଢ଼ି ଚାଲିଥିବାବେଳେ ଆଜି ଝାରସୁଗୁଡା ପୋଲିସ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ପୋଲିସର ବନ୍ଧୁକ ଛଡ଼ାଇ ଫେରାର ଉଦ୍ୟମ ବେଳେ ଗର୍ଜିଛି ପୁଲିସର ଗୁଳି । ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । 

ଏନକାଉଣ୍ଟର ଶିକାର ହୋଇଥିବା ଦୁର୍ବୃତ୍ତ ପକ୍ସୋ ଭଳି ଜଘନ୍ୟ ମାମଲାର ଅଭିଯୁକ୍ତ । ନାମ ଶେଖ୍ ଆଶିଷ ଓ ଅଭିଷେକ ବାରିକ । ୧୫ବର୍ଷିୟା ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଏ ଦୁହେଁ ଗିରଫ ହୋଇଛନ୍ତି । କୋର୍ଟ ଚାଲାଣ ବେଳେ ଅଧବାଟରେ ପୋଲିସକୁ ଧକ୍କା ଦେଇ ପୋଲିସର ବନ୍ଧୁକ ଛଡ଼ାଇ ଗୁଳି ମାଡ଼ କରି ଫେରାର ଉଦ୍ୟମ କରିଥିଲେ । ହେଲେ ପୋଲିସର ପାଲଟା ଗୁଳିମାଡ଼ରେ ଦୁହେଁ ଘାଇଲା ହୋଇଛନ୍ତି । ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଲିସ ଭର୍ତ୍ତି କରିଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଏସ୍‌ଆଇ ମଧ୍ୟ ଆହତ ହୋଇଛନ୍ତି । 

ବେଲପାହାଡ ଥାନା ଅନ୍ତର୍ଗତ ଆମଦରହ୍ ଜଙ୍ଗଲର ବ୍ୟାରିକେଡ ହୋଇଥିଲା । ଏଠାରେ ପୋଲିସ ଓ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଉଭୟ ପକ୍ଷରୁ ମୋଟ ୯ ରାଉଣ୍ଡ ଗୁଳିମାଡ଼ ହୋଇଥିଲା । ତେବେ ଯିଏ ନିୟମ ଉଲ୍ଲଂଘନ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉତ୍ତରାଂଚଳ ଆଇଜି । 

ପୁରା ଘଟଣା ଥିଲା ଏହିପରି। ଗୁରୁବାର ବେଲପାହାଡ ଅଂଚଳର ଜଣେ ୧୫ବର୍ଷିଆ ନାବାଳିକାକୁ ଘର ପାଖରୁ ଅପହରଣ କରି ନେଇ ନିକଟସ୍ଥ ଜଂଗଲରେ ଗଣଦୁଷ୍କର୍ମ କରିଥିଲେ ଦୁଇ ଅଭଯୁକ୍ତ। ଏନେଇ ଥାନାରେ ମାମଲା ହେବା ପରେ ଶୁକ୍ରବାର ସେମାନଙ୍କୁ ଗିରଫ କରିଥିଲା ପୋଲିସ। ଆଜି ସକାଳେ କୋର୍ଟ ଚାଲାଣ ବେଳେ ଆମଦରହ୍ ଜଙ୍ଗଲରେ ଫେରାର ଉଦ୍ୟମ କରିଥିଲେ ଦୁଇ ଅଭିଯୁକ୍ତ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଅଭିଯୁକ୍ତଙ୍କ ଚିକିତ୍ସା ପରେ କୋର୍ଟ ଚାଲାଣ କରିଛି ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe