ସମ୍ବଲପୁର ସିଟି ଷ୍ଟେସନ୍ ଅଞ୍ଚଳରେ ଗୋରୁ ମାଫିଆଙ୍କୁ ଏନ୍‌କାଉଣ୍ଟର : ପାଲଟା ଆକ୍ରମଣରେ ଦୁଇ ଅପରାଧୀ ଗୁରୁତର

Advertisment

ସମ୍ୱଲପୁରରେ ଗୋରୁ ମାଫିଆଙ୍କୁ ଏନକାଉଣ୍ଟର । ଆଜି ଭୋର ସାଢେ ୫ଟାରେ ଏହି ଏନକାଉଣ୍ଟର ହୋଇଛି ।  ଗୋରୁ ଚାଲାଣକାରୀଙ୍କୁ ସମ୍ବଲପୁରରେ ସିଟି ଷ୍ଟେସନ ନିକଟରେ ଅଟକାଇବାରୁ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳିମାଡ କରିଥିଲେ

ସମ୍ୱଲପୁରରେ ଗୋରୁ ମାଫିଆଙ୍କୁ ଏନକାଉଣ୍ଟର । ଆଜି ଭୋର ସାଢେ ୫ଟାରେ ଏହି ଏନକାଉଣ୍ଟର ହୋଇଛି ।  ଗୋରୁ ଚାଲାଣକାରୀଙ୍କୁ ସମ୍ବଲପୁରରେ ସିଟି ଷ୍ଟେସନ ନିକଟରେ ଅଟକାଇବାରୁ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳିମାଡ କରିଥିଲେ

GORU

Photograph: (KanakNews )

କନକବ୍ୟୁରୋ : ସମ୍ୱଲପୁରରେ ଗୋରୁ ମାଫିଆଙ୍କୁ ଏନକାଉଣ୍ଟର । ଆଜି ଭୋର ସାଢେ ୫ଟାରେ ଏହି ଏନକାଉଣ୍ଟର ହୋଇଛି ।  ଗୋରୁ ଚାଲାଣକାରୀଙ୍କୁ ସମ୍ବଲପୁରରେ ସିଟି ଷ୍ଟେସନ ନିକଟରେ ଅଟକାଇବାରୁ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳିମାଡ କରିଥିଲେ । ଆକ୍ରମଣକାରୀଙ୍କୁ ପାଲଟା ଆକ୍ରମଣ କରିଥିଲା ପୋଲିସ । ପୋଲିସ ଗୁଳିରେ ଦୁଇ ଗୋ ଚାଲାଣକାରୀ ଆହତ ହୋଇଛନ୍ତି।

୨ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ଏକ କଳା ରଙ୍ଗର ଗୋରୁ ବୋଝେଇ ଗାଡିକୁ ଏସକର୍ଟ କରିନେଉଥିଲେ ଦୁଇ ଅପରାଧୀ । ପୋଲିସ ଅଟକାଇବାରୁ ଗୁଳିମାଡ କରି ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି । ଦୁଇ ଗୋଚାଲାଣକାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ତାଙ୍କ ନିକଟରୁ ୨ଟି ଦେଶୀ ପିସ୍ତଲ ଓ ୪ଟି ଗୁଳି ଜବତ କରିଛି ପୋଲିସ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe