ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀ–ମାଓବାଦୀ ଗୁଳିବିନିମୟ , ୫୦ ଲକ୍ଷ ଇନାମୀ ମାଓବାଦୀ ନିହତ

Advertisment

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା କୁଖ୍ୟାତ ମାଓବାଦୀ । ୫୦ ଲକ୍ଷ ଇନାମୀ ଥିବା ମାଓବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଜାରି ରହିଛି ଗୁଳିବିନିମୟ ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା କୁଖ୍ୟାତ ମାଓବାଦୀ । ୫୦ ଲକ୍ଷ ଇନାମୀ ଥିବା ମାଓବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଜାରି ରହିଛି ଗୁଳିବିନିମୟ ।

Encounter

କନକ ବ୍ୟୁରୋ: ସରଣ୍ଡା  ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା କୁଖ୍ୟାତ ମାଓବାଦୀ । ୫୦ ଲକ୍ଷ ଇନାମୀ ଥିବା ମାଓବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଜାରି ରହିଛି ଗୁଳିବିନିମୟ । ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲୀମାନଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହେଇଥିବା ସୂଚନା ମିଳିଛି । 

ଅଧିକ ପଢନ୍ତୁ : ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତର ଅନୁମତି, ଭ୍ରୁଣ ଡିଏନଏ ପରୀକ୍ଷାକୁ ମଞ୍ଜୁର କଲେ ହାଇକୋର୍ଟ

ଏହି ଗୁଳି ବିନିମୟରେ ଜଣେ ଇନାମୀ ନକ୍ସଲୀ ସହିତ ଅନେକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳୁଛି । ଝାଡ଼ଖଣ୍ଡ କୋଲହାନ ଡିଆଇଜି ଅନୁରଞ୍ଜନ  କିସ୍ପୋଟ୍ଟା ଏହି ଘଟଣାକୁ ସ୍ୱୀକାର କରିଛନ୍ତି । ତେବେ ନକ୍ସଲମାନଙ୍କ ମୃତ୍ୟୁ  ସମ୍ପର୍କିତ  ସରକାରୀ ପୁଷ୍ଟି ପାଇଁ ସୂଚନା ସଂଗ୍ରହ  କରାଯାଉଛି ବୋଲି  ସେ କହିଛନ୍ତି । ଏହି ଗୁଳି  ବିନିମୟ  ସରଣ୍ଡା ଜଙ୍ଗଲର କୁମଡି ଅଞ୍ଚଳରେ ଘଟିଛି ।  ସେହିପରି  ଜରାଇକେଲା ଥାନା ଅଞ୍ଚଳର ସାମଠା ଇଲାକାରୁ ମଧ୍ୟ ଏକ ନକ୍ସଲ ନିହତ ହୋଇଥିବା ଖବର ମିଳୁଛି । ଏହି ଅଭିଯାନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି ।  ତଥାପି ସରଣ୍ଡା ଜଙ୍ଗଲରୁ ଆସୁଥିବା ତଥ୍ୟ ଅନୁଯାୟୀ, ଗୁଳି ବିନିମୟ ଏବେ ବି ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe