କନକ ବ୍ୟୁରୋ: ସରଣ୍ଡା ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା କୁଖ୍ୟାତ ମାଓବାଦୀ । ୫୦ ଲକ୍ଷ ଇନାମୀ ଥିବା ମାଓବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଜାରି ରହିଛି ଗୁଳିବିନିମୟ । ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲୀମାନଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହେଇଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତର ଅନୁମତି, ଭ୍ରୁଣ ଡିଏନଏ ପରୀକ୍ଷାକୁ ମଞ୍ଜୁର କଲେ ହାଇକୋର୍ଟ
ଏହି ଗୁଳି ବିନିମୟରେ ଜଣେ ଇନାମୀ ନକ୍ସଲୀ ସହିତ ଅନେକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳୁଛି । ଝାଡ଼ଖଣ୍ଡ କୋଲହାନ ଡିଆଇଜି ଅନୁରଞ୍ଜନ କିସ୍ପୋଟ୍ଟା ଏହି ଘଟଣାକୁ ସ୍ୱୀକାର କରିଛନ୍ତି । ତେବେ ନକ୍ସଲମାନଙ୍କ ମୃତ୍ୟୁ ସମ୍ପର୍କିତ ସରକାରୀ ପୁଷ୍ଟି ପାଇଁ ସୂଚନା ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି । ଏହି ଗୁଳି ବିନିମୟ ସରଣ୍ଡା ଜଙ୍ଗଲର କୁମଡି ଅଞ୍ଚଳରେ ଘଟିଛି । ସେହିପରି ଜରାଇକେଲା ଥାନା ଅଞ୍ଚଳର ସାମଠା ଇଲାକାରୁ ମଧ୍ୟ ଏକ ନକ୍ସଲ ନିହତ ହୋଇଥିବା ଖବର ମିଳୁଛି । ଏହି ଅଭିଯାନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ତଥାପି ସରଣ୍ଡା ଜଙ୍ଗଲରୁ ଆସୁଥିବା ତଥ୍ୟ ଅନୁଯାୟୀ, ଗୁଳି ବିନିମୟ ଏବେ ବି ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/encounter-2026-01-22-11-49-30.jpg)