ସମ୍ବଲପୁରରେ ଏନକାଉଣ୍ଟର, ଫେରାର ହେଉଥିବାବେଳେ କୁଖ୍ୟାତ ଅପରାଧୀ ମହେଶକୁ ଏନକାଉଣ୍ଟର..

Advertisment

ଗୋଡରେ ଗୁଳି ବାଜି ଆହତ ମହେଶ ବୁର୍ଲାରେ ଭର୍ତ୍ତି । ଭିନ୍ନ ଭିନ୍ନ ଥାନାରେ ରହିଛି ୫ଟି ମାମଲା ।

ଗୋଡରେ ଗୁଳି ବାଜି ଆହତ ମହେଶ ବୁର୍ଲାରେ ଭର୍ତ୍ତି । ଭିନ୍ନ ଭିନ୍ନ ଥାନାରେ ରହିଛି ୫ଟି ମାମଲା ।

କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର

କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର Photograph: (kanaknews)

କନକ ବ୍ୟୁରୋ:  ସମ୍ବଲପୁରରେ ଏନ୍‌କାଉଣ୍ଟର । ଅଇଁଠାପାଲି ଥାନା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଏୟାରଷ୍ଟ୍ରିପ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରିଛି ଅଇଁଠାପାଲି ପୋଲିସ। ମହେଶର ଗୋଡ଼ରେ ଗୁଳି ବାଜିଛି । ଆହତ ମହେଶ କୁମାରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ତା ପାଖରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ଗତକାଲି ବନ୍ଧୁକ ଦେଖାଇ ୪୦ ହଜାର ଟଙ୍କା ଛଡାଇ ନେଇଥିଲା ମହେଶ । ଆଜି ସକାଳୁ ତାକୁ ଧରିବା ପାଇଁ ପୋଲିସ ପିଛା କରିବା ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବରେ ପୋଲିସ ମହେଶକୁ ଏନ୍‌କାଉଣ୍ଟର କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe