କନକ ବ୍ୟୁରୋ: ସମ୍ବଲପୁରରେ ଏନ୍କାଉଣ୍ଟର । ଅଇଁଠାପାଲି ଥାନା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଏୟାରଷ୍ଟ୍ରିପ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରିଛି ଅଇଁଠାପାଲି ପୋଲିସ। ମହେଶର ଗୋଡ଼ରେ ଗୁଳି ବାଜିଛି । ଆହତ ମହେଶ କୁମାରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
ତା ପାଖରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ଗତକାଲି ବନ୍ଧୁକ ଦେଖାଇ ୪୦ ହଜାର ଟଙ୍କା ଛଡାଇ ନେଇଥିଲା ମହେଶ । ଆଜି ସକାଳୁ ତାକୁ ଧରିବା ପାଇଁ ପୋଲିସ ପିଛା କରିବା ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବରେ ପୋଲିସ ମହେଶକୁ ଏନ୍କାଉଣ୍ଟର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/04/RV5em2Qs8vFGzCIApsOx.jpg)