କନକବ୍ୟୁରୋ : ଜମ୍ମୁ କାଶ୍ମୀର ରଜୌରି ଜିଲ୍ଲାର ନୌସେରା ଅଞ୍ଚଳରେ ଏନକାଉଣ୍ଟର । ଅନୁପ୍ରବେଶ ଉଦ୍ୟମ ବେଳେ ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ଠାରୁ ଦୁଇଟି ଏକେ-୪୭ ବନ୍ଧୁକ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ମଧ୍ୟ ରାତିରେ ଏନକାଉଣ୍ଟର ହୋଇଥିବା ବେଳେ ୨ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ଯବାନ ।

Advertisment

ଆଗକୁ ଜମ୍ମୁ କାଶ୍ମୀରେ ନିର୍ବାଚନ ଥିବା ବେଳେ ସୀମାରେ ଅନୁପ୍ରବେଶ କରି ଶାନ୍ତି ଭଙ୍ଗ ପାଇଁ ଉଦ୍ୟମ କରୁଥିଲେ ଦୁଇ ଆତଙ୍କବାଦୀ । ଏହି ଘଟଣା ପରେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ୩ଟି ଚରଣରେ ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବ । ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟ ଗ୍ରହଣ ହେବ । ଅକ୍ଟୋବର ୪ ତାରିଖରେ ଫଳ ପ୍ରକାଶ ପାଇବ ।