Photograph: (KANAKNEWS)
କନକବ୍ୟୁରୋ : ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ରବିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋର୍ଦାର ଗୁଳି ବିନିମୟ ଘଟି ୭ ଯବାନ ଆହତ ହୋଇଛନ୍ତି । ଆହତମାନଙ୍କୁ କିସ୍ତାୱାଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଞ୍ଚ ଜଙ୍ଗଲରେ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ମଧ୍ୟାହ୍ନରେ ସେନା ଓ ଜମ୍ମୁ ଓ କାଶ୍ମୀର ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅପରେସନ୍ ଅନ୍ତର୍ଗତ ଚାତରୁ ଅଞ୍ଚଳର ମାଣ୍ଡ୍ରାଲ-ସିଙ୍ଘୁରା ନିକଟସ୍ଥ ସୋନାର ଗାଁକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ କରାଯିବା ସମୟରେ ଆତଙ୍କୀମାନଙ୍କୁ ଠାବ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଗୁ ଳିବିନିମୟ ଘଟଣା ପରେ ତୁରନ୍ତ ଅଧିକ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନ୍କାଉଣ୍ଟର ଜାରି ରହିଛି ଏବଂ ସ୍ଥାନୀୟ ପ୍ରଶାସନ ସହିତ ସମନ୍ବୟରେ ସୁରକ୍ଷା ବାହିନୀ ଘେରାବନ୍ଦୀ ପରିସର ବଢ଼ାଇଛି ।
ପାରଳାଖେମୁଣ୍ଡି ଆଇଟିଡିଏର ଆଦିବାସୀଙ୍କ କୋଟି କୋଟି ଟଙ୍କାର ମିଳୁନି ହିସାବ
Follow Us