ସମ୍ବଲପୁରରେ ପୁଣି ଏନକାଉଣ୍ଟର : ପୋଲିସ ଗୁଳିରେ ଅପରାଧୀ ଗୁରୁତର ,ମେଡିକାଲରେ ଭର୍ତ୍ତି

Advertisment

ସମ୍ବଲପୁରରେ ପୁଣି ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ସୀତାରମ ଷଡଙ୍ଗୀକୁ ଗୁଳିମାଡ଼ ହୋଇଛି । ଡକାୟତି ମାମଲାରେ ଗିରଫ କରିବାକୁ ଯିବା ବେଳେ ସେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା

ସମ୍ବଲପୁରରେ ପୁଣି ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ସୀତାରମ ଷଡଙ୍ଗୀକୁ ଗୁଳିମାଡ଼ ହୋଇଛି । ଡକାୟତି ମାମଲାରେ ଗିରଫ କରିବାକୁ ଯିବା ବେଳେ ସେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା

sbp 1

Photograph: (kanaknews)

କନକବ୍ୟୁରୋ :  ସମ୍ବଲପୁରରେ ପୁଣି ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ସୀତାରମ ଷଡଙ୍ଗୀକୁ ଗୁଳିମାଡ଼ ହୋଇଛି । ଡକାୟତି ମାମଲାରେ ଗିରଫ କରିବାକୁ ଯିବା ବେଳେ ସେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା । ଜବାବରେ ପୋଲିସ ସୀତାରାମ ଉପରକୁ ଗୁଳିମାଡ଼ କରିଛି ।  ଗୁଳି ବାମ ଗୋଡ଼ରେ ବାଜିଛି । ପ୍ରଥମେ କୁଚିଣ୍ଡାରେ ପ୍ରାଥମିକ ଚିକତ୍ସା ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।  ସମ୍ବଲପୁର ଗୋବିନ୍ଦପୁରର ସୀତାରାମ ଷଡଙ୍ଗୀ ନାଁରେ ରହିଛି ୨୫ରୁ ଅଧିକ ଅପରାଧିକ ମାମଲା ରହିଛି ।

ଡକାୟତି, ରାହାଜାନୀ, ହତ୍ୟା ଉଦ୍ୟମ ପରି ମାମଲା ରହିଛି  ।  ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ଅପରାଧିକ ମାମଲା  । ଆଜି ଭୋର ୫ଟା ୧୫ରେ ପୋଲିସ  ତାକୁ ଗିରଫ କରିବାକୁ ଯାଇଥିବା ବେଳେ ରଙ୍ଗିଆ ଟିକିରା ନିକଟରେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ।  ପୋଲିସର ଜବାବରେ ଗୁଳିମାଡ଼ କରିଥିଲା ।  ତା ନିକଟରୁ ଗୋଟିଏ ପିସ୍ତଲ,  ଗୋଟିଏ ଅଫୁଟା ଗୁଳି , ନମ୍ବର ପ୍ଲେଟ ନଥିବା ବାଇକ୍ ସହ ନଗଦ ୧ ଲକ୍ଷ ଟଙ୍କା ଜବତ ହୋଇଛି  । 
--- 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe