କନକବ୍ୟୁରୋ : ସମ୍ବଲପୁରରେ ପୁଣି ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ସୀତାରମ ଷଡଙ୍ଗୀକୁ ଗୁଳିମାଡ଼ ହୋଇଛି । ଡକାୟତି ମାମଲାରେ ଗିରଫ କରିବାକୁ ଯିବା ବେଳେ ସେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା । ଜବାବରେ ପୋଲିସ ସୀତାରାମ ଉପରକୁ ଗୁଳିମାଡ଼ କରିଛି । ଗୁଳି ବାମ ଗୋଡ଼ରେ ବାଜିଛି । ପ୍ରଥମେ କୁଚିଣ୍ଡାରେ ପ୍ରାଥମିକ ଚିକତ୍ସା ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ଗୋବିନ୍ଦପୁରର ସୀତାରାମ ଷଡଙ୍ଗୀ ନାଁରେ ରହିଛି ୨୫ରୁ ଅଧିକ ଅପରାଧିକ ମାମଲା ରହିଛି ।
ଡକାୟତି, ରାହାଜାନୀ, ହତ୍ୟା ଉଦ୍ୟମ ପରି ମାମଲା ରହିଛି । ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ଅପରାଧିକ ମାମଲା । ଆଜି ଭୋର ୫ଟା ୧୫ରେ ପୋଲିସ ତାକୁ ଗିରଫ କରିବାକୁ ଯାଇଥିବା ବେଳେ ରଙ୍ଗିଆ ଟିକିରା ନିକଟରେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା । ପୋଲିସର ଜବାବରେ ଗୁଳିମାଡ଼ କରିଥିଲା । ତା ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ଅଫୁଟା ଗୁଳି , ନମ୍ବର ପ୍ଲେଟ ନଥିବା ବାଇକ୍ ସହ ନଗଦ ୧ ଲକ୍ଷ ଟଙ୍କା ଜବତ ହୋଇଛି ।
---
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/04/13/lnP4dgP2AlVYPuylta8z.jpg)