ଅନୁଗୁଳରେ ଗର୍ଜିଲା ଗୁଳି ; ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଗୁରୁତର

ଅନୁଗୁଳରେ ଏନକାଉଣ୍ଟର । ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର । ଡାହାଣ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅଭିଯୁକ୍ତ ନାଁରେ ରହିଛି ଅନେକ ମାମଲା ।

Anugul Encounter

Anugul Encounter Photograph: (KanakNews)

କନକ ବ୍ୟୁରୋ: ଅନୁଗୁଳ ପୁଲିସର ଏନକାଉଣ୍ଟର । କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର । ଅନୁଗୁଳ ଟାଉନ ଥାନା କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚାଠାରେ ପୁଲିସ ଏନକାଉଣ୍ଟର କରିଛି । ଅପରାଧି କ୍ଷୀରୋଦ ନାୟକର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ ବିଳମ୍ବିତ ରାତିରେ ଛେଣ୍ଡିପଦା ପୋଲିସ କ୍ଷୀରୋଦ ନାୟକକୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚାକୁ କ୍ଷୀରୋଦ ପଶି ଯାଇଥିଲା । କ୍ଷୀରୋଦକୁ ଧରିବା ପାଇଁ ଛେଣ୍ଡିପଦା ପୋଲିସ, ଅନୁଗୋଳ ଟାଉନ ପୋଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ କ୍ଷୀରୋଦ ପ୍ରଥମେ ପୋଲିସ ଉପରକୁ ୩ଟି ଗୁଳି ଚାଳନା କରିଥିଲା । ଏହାପରେ ପୋଲିସ ପାଲଟା ଜବାବରେ ଗୁରୁତର ହୋଇଥିଲା କ୍ଷୀରୋଦ। କ୍ଷୀରୋଦର ଘର ଛେଣ୍ଡିପଦା ଅଞ୍ଚଳରେ। ତା ନାଁରେ ଅନେକ ମାମଲା ରହିଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe