କନକ ବ୍ୟୁରୋ: ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ବାର୍ଷିକ କାର୍ଯ୍ୟର ସମୀକ୍ଷା କରିବ ରାଜସ୍ୱ ବିଭାଗ । ଏଥିପାଇଁ ସ୍ୱତନ୍ତ୍ର କର୍ମଶାଳା ଡାକିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଜୁନ୍ ୪ ଓ ୫ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱରରେ ଆୟୋଜନ ହେବ ଏହି ସମ୍ମିଳନୀ । ୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସମ୍ମିଳନୀର ଉଦ୍ଘାଟନ କରିବେ । ୩୧୭ ଜଣ ତହସିଲଦାର, ୫୮ ଉପଜିଲ୍ଲାପାଳ ଏବଂ ୩୦ ଜଣ ଏଡିଏମ୍ ଯୋଗଦେବେ ରାଜସ୍ବ ସମ୍ମିଳନୀରେ । ବ୍ଲକ୍ ସ୍ତରରେ ଭିସିରେ ରହିବେ ଆର.ଆଇ ଓ ଅମିନ । ରାଜସ୍ବ ସେବା ପ୍ରଦାନରେ ସଫଳତା ପାଇଥିବା ତହସିଲ ଓ ଜିଲ୍ଲାକୁ ପୁରସ୍କୃତ କରାଯିବ ।
ଗୋଟିଏ ବର୍ଷର ରିପୋର୍ଟ ପ୍ରସ୍ତୁତ ହୋଇଛି । ସମସ୍ତେ ୧ ବର୍ଷର ରିପୋର୍ଟ ଆଣିବେ, ତାକୁ ବିଭାଗ ସମୀକ୍ଷା କରିବ । ସେପଟେ ଏବର୍ଷର ପ୍ରୋଗ୍ରେସ୍ ରିପୋର୍ଟ ଆଣିବେ ଅଧିକାରୀ ମାନେ । ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀଙ୍କ ସହ ରାଜସ୍ଵ ଅଧିକାରୀ ମାନେ ଆଲୋଚନା କରିବେ । ରାଜସ୍ୱ ସେବା ପ୍ରଦାନରେ ଯେଉଁମାନେ ଭଲ କାମ କରିଥିବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।