କନକ ବ୍ୟୁରୋ: ଲାର୍ସେନ ଏଣ୍ଡ୍ ଟୁବ୍ରୋ (L&T) ଅଧ୍ୟକ୍ଷ ଏସ୍.ଏନ୍ ସୁବ୍ରମଣ୍ୟନଙ୍କ ଏକ ବୟାନ ଏବେ ସୋଶାଲ ମିଡିଆରେ ଶିରୋନାମା ପାଲଟିଛି। ପ୍ରତିଯୋଗିତାମୂଳକ ମନୋଭାବ ରଖିବାକୁ କର୍ମଚାରୀମାନଙ୍କୁ ସପ୍ତାହରେ ୯୦ଘଣ୍ଟା କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏପରିକି ରବିବାର ମଧ୍ୟ କାମ କରିବାକୁ ସେ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଯାହାକୁ ନେଇ ଅନେକ ତାଙ୍କୁ ସମାଲୋଚନା କରୁଛନ୍ତି। ଏସ୍.ଏନ୍ ସୁବ୍ରମଣ୍ୟନଙ୍କ ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ସେ କହିଛନ୍ତି, 'ସ୍ତ୍ରୀ ମୁହଁକୁ କେତେ ସମୟ ଚାହିଁ ରହିବ?' ରବିବାର ବି କାମ କରିବା କଥା ।
ସେପଟେ ସୁବ୍ରମଣ୍ୟମଙ୍କୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍ କଡ଼ା ସମାଲୋଚନା କରିଛନ୍ତି। ମାନସିକ ସ୍ବାସ୍ଥ୍ୟକୁ ନେଇ ସଚେତନତା ସୃଷ୍ଟି କରୁଥିବା ଦୀପିକା ସେହିପରି ଅନ୍ୟ କମ୍ପନୀର ସିଇଓ ମାନେ ମଧ୍ୟ ଏହାକୁ ନାପସନ୍ଦ କରିବା ସହ ସୁବ୍ରମଣ୍ୟନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ନିକଟରେ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀ ଭାରତୀୟ ଯୁବବର୍ଗଙ୍କୁ ସପ୍ତାହରେ ୭୦ଘଣ୍ଟା କାର୍ୟ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏବେ ସୁବ୍ରମଣ୍ୟନଙ୍କ ୯୦ଘଣ୍ଟାର ପରାମର୍ଶକୁ ଲୋକମାନେ ସମାଲୋଚନା କରି ନାରାୟଣ ମୂର୍ତ୍ତିଙ୍କ ମନ୍ତବ୍ୟ ସହ ତୁଳନା କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/10/BPXGPeO4VMQqbTmNAzE4.jpg)