କନକବ୍ୟୁରୋ : କର୍ମକ୍ଷେତ୍ରରେ ନାରୀ ନିର୍ଯାତନା ରୋକିବା ଉପରେ ଗୁରୁତ୍ୱ । ଯୌନ ନିର୍ଯାତନା ନିବାରଣ ଆଇନ କଡ଼ାକଡ଼ି ପାଳନ ନିର୍ଦ୍ଦେଶ ।  ଏନେଇ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।  ସମସ୍ତ ବିଭାଗୀୟ ମୁଖ୍ୟ, ଆରଡିସି, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ  ଦିଆଯାଇ ଚିଠି ଲେଖାଯାଇଛି ।   ସବୁ କାର୍ଯ୍ୟସ୍ଥଳ ଓ ଅନୁଷ୍ଠାନରେ ଏହାକୁ ଲାଗୁ କରିବାକୁ କୁହାଯାଇଛି । କାର୍ଯ୍ୟସ୍ଥଳ ଓ ଅନୁଷ୍ଠାନରେ ମହିଳାଙ୍କ ପାଇଁ ଯେପରି ସୁରକ୍ଷିତ ବାତାବରଣ ରହିବ, ସେଥିପ୍ରତି ଦୃଷ୍ଟି କରାଯାଇଛି  ।  ବିଶେଷ କରି କିଛି ସ୍ବତନ୍ତ୍ର ଦିଗ ପ୍ରତି ଫୋକସ ରଖିବାକୁ କୁହାଯାଇଛି । 

Advertisment

୧-ଯେଉଁ କୌଣସି ସଂସ୍ଥା ବା ଅନୁଷ୍ଠାନରେ ଅତିକମରେ ୧୦ ଜଣ ନିୟୋଜିତ ଥିଲେ , ସେ ସବୁ ଜାଗାରେ ଏକ ଅନ୍ତରୀଣ କମିଟି ଗଠନ କରାଯିବା ବାଧ୍ୟତାମୂଳକ  । କୌଣସି ପ୍ରକାର ଯୌନ ନିର୍ଯାତନା ଖବର ଆସିଲେ  , ଏହାର ତଦନ୍ତ ଓ ସମାଧାନ ଅନ୍ତରୀଣ କମିଟର କାମ ହେବ

୨-ଶିକ୍ଷାନୁଷ୍ଠାନରେ ଏନେଇ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ବ । ଏଥିପାଇଁ ସମୟ ବ୍ୟବଧାନରେ ଲଗାତର ଭାବେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ  

୩-କିପରି ସମୟ ଅନୁସାରେ ତଦନ୍ତ ଓ ସମାଧାନ କରାଯିବ, ତା ଉପରେ ଫୋକସ୍ । ଏଥିପାଇଁ ଅନ୍ତରୀଣ କମିଟିର ଦାୟିତ୍ବ ରହିବ ।

୪-ଅନୁଷ୍ଠାନ ମାନେ ଏ ସମ୍ପର୍କିତ ଏକ ବାର୍ଷିକ ରିପୋର୍ଟ ତିଆରି କରିବେ । ବର୍ଷକରେ କେତେ ଅଭିଯୋଗ ଆସିଛି, କ’ଣ ପଦକ୍ଷେପ ନିଆଯାଇଛି, ତାର ତଥ୍ୟ ରହିବ
୫- ଯୌନ ନିର୍ଯାତନା ନିବାରଣ ଆଇନ ଠିକ୍ ଭାବେ ପାଳନ କରିବା ବା ଏଥିରେ ଅବହେଳା କରିବା ନେଇ ସମ୍ପୃକ୍ତ ଅନୁଷ୍ଠାନ ବା ସଂସ୍ଥା ଦାୟୀ ରହିବେ ।

୬-ଯେଉଁମାନଙ୍କ ଅଧୀନରେ ଯେଉଁ ସବୁ ସଂସ୍ଥା ବା ଶିକ୍ଷାନୁଷ୍ଠାନ ଆସୁଛି, ସେଠାରେ ଏସବୁ କାର୍ଯ୍ୟକାରୀ ହେଉଛି କି ନା, ତାର ତଦାରଖ ଦାୟିତ୍ବ ସମ୍ପୃକ୍ତ ଅଧିକାରୀ କରିବେ । 

୭-ଆସନ୍ତା ୬ ମାସ ପର୍ଯ୍ୟନ୍ତ ପ୍ରତି ମାସରେ ଥରେ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନ୍ତରୀଣ କମିଟିର ବୈଠକ ବସିବ