କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଏହି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ‘ ଜଳବାୟୁ ପରିବର୍ତ୍ତନ: ଏକ ଜଳବାୟୁ ସ୍ଥିର କୃଷି ଦିଗରେ’ ଶୀର୍ଷକ ଆାଲୋଚନାରେ ଜୈବିକ କୃଷି ଏବଂ ଜୈବ ବିବିଧତା ସଂରକ୍ଷଣ ଲିଡର ପଦ୍ମଶ୍ରୀ ସାବରମତୀ କହିଲେ, ପରିବେଶ ବିପର୍ଯ୍ୟୟକୁ ସହ୍ୟ କରୁଥିବା ଧାନ ଚାଷ କରିବାର ଆବଶ୍ୟକତା ରହିଛି। ଫସଲ ଗୋଟିଏ ପ୍ରକାର ନୁହେଁ । ବିଭିନ୍ନ ପ୍ରକାରର ଫସଲ ରହିଛି ।
ଫସଲର ବିଭିନ୍ନ ପ୍ରଜାତି ମଧ୍ୟ ରହିଛି । ଭିନ୍ନ ଭିନ୍ନ ଫସଲ ଅଲଗା ଅଲଗା ସ୍ଥିତିରେ ହୋଇଥାଏ । ଗୋଟିଏ ପ୍ରକାର ଫସଲ କରିବା ମଡେଲ ଦୋଷଯୁକ୍ତ । ଏପରିସ୍ଥଳେ ଭିନ୍ନ ଭିନ୍ନ ପ୍ରଜାତି ଏବଂ ପ୍ରକାରର ଫସଲ କରାଯିବା ଜରୁରୀ । ଏହା ଦ୍ବାରା ଚାଷୀଙ୍କର ଲାଭ ହେବାର ଆଶା ରହିଥାଏ । ତେଣୁ ମିଶ୍ରିତ ଫସଲ ଉପରେ ଗୁରୁତ୍ବାରୋପ କରାଯିବା ଜରୁରୀ ।
ଏବେ ରାଜ୍ୟର ୩୦ ଜିଲ୍ଳାରେ ଜୈବିକ କୃଷି ଉପରେ ରଗୁରୁତ୍ବାରୋପ କରାଯାଉଛି । ସରକାରୀସ୍ତରରେ ଏବେ ଏନେଇ ପଦକ୍ଷେପ ଗ୍ରହର କରାଯିବା ଆବଶ୍ୟକ । ସମ୍ଭବ ଅନୁଷ୍ଠାନ ଦ୍ବାରା ଆମେ ଜୈବିକ ମହାପ୍ରସାଦ ଉପରେ ଗୁରୁତ୍ବାରୋପ କରିଥିଲୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/07/sac-2025-10-07-14-22-13.png)