ହାତୀ ପାଇଁ ସ୍ମୃତିସଭା; ମହେନ୍ଦ୍ର, ଶୋଭା ଓ ଭବାନୀକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବାରିପଦାରେ ହାତୀଙ୍କୁ ଶ୍ରଦ୍ଧାଞ୍ଜଳି । ଆଗପଛ ହୋଇ ଚାଲିଗଲେ ଶିମିଳାପାଳର ୩ ସଦସ୍ୟ । ମହେନ୍ଦ୍ର, ଶୋଭା-ଭାବାନୀର ମୃତ୍ୟୁ, ଅଭୟାରଣ୍ୟର ଅପୁରଣୀୟ କ୍ଷତି । ସ୍ମୃତିଚାରଣ କଲେ ପରିବେଶବିତ୍‌ ।

tributes to Elephants

Photograph: (Kanak News)

କନକ ବ୍ୟୁରୋ : ସାଧାରଣତଃ ଆମେ ଜାଣିଛେ ଯେ' କୌଣସି ମଣିଷ ମରିଗଲା ପରେ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥାଏ । କିନ୍ତୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ସହରର ରୋଟାରୀ କ୍ଲବ୍ ପରିସରରେ ।

ସଭା ଚାଲିଛି । ଫଟୋରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ହାତ ଯୋଡ଼ି ନମସ୍କାର କରି ଭାବ ବିହଳ ହୋଇ ଉଠୁଛନ୍ତି ସମସ୍ତେ । ଏହା କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା ନୁଁହେ । ଶିମିଳିପାଳ ସୁରକ୍ଷାରେ ରହି ମୃତ୍ୟୁ ବରଣ କରିଥିବା ତିନି ହାତୀ- ମହେନ୍ଦ୍ର, ଶୋଭା ଓ ଭବାନୀ ସ୍ମୃତିରେ ଅନୁଷ୍ଠିତ ହେଉଥିବା ସଭା ।

୨୦୦୧ ଡିସେମ୍ବରରେ ଶିମିଳିପାଳକୁ ଆସିଥିଲେ ତାଲିମ ପ୍ରାପ୍ତ ୩ଟି ହାତୀ ମହେନ୍ଦ୍ର, ଭବାନୀ ଓ ଶୋଭା । କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପରୁ ଏମାନଙ୍କୁ ଅଣାଯାଇଥିଲା । ଅଭୟାରଣ୍ୟ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେଉଥିଲେ । ଦନ୍ତା ମହେନ୍ଦ୍ରର କାର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା । ସେଥିପାଇଁ ତାକୁ ଶିମିଳିପାଳର ହିରୋ ବୋଲି କୁହାଯାଏ । ତିନି ହାତୀଙ୍କ ମଧ୍ୟରୁ ପ୍ରଥମେ ୨୦୨୨ ଡିସେମ୍ବର ୨୨ରେ ୫୮ ବର୍ଷୀୟ ଶୋଭାର ମୃତ୍ୟୁ ହୋଇଥିଲା । ଏ ବର୍ଷ ଜାନୁଆରୀ ୧୨ରେ ୬୫ ବର୍ଷିୟ ମହେନ୍ଦ୍ର ଏବଂ ୨୮ ତାରିଖରେ ୬୨ ବର୍ଷରେ ଭବାନୀର ମୃତ୍ୟୁ ହୋଇଛି । ଯାହା ଶିମିଳିପାଳ ଅଭୟାରଣ୍ୟ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କୁହାଯାଉଛି ।

ସଂଗ୍ରାମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଅନେକ ଅବସରପ୍ରାପ୍ତ ବନକର୍ମଚାରୀ, ପରିବେଶବିତ୍, ସମାଜସେବୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ଛାତ୍ରଛାତ୍ରୀ ମୃତ ହାତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏବଂ ୩ ହାତୀଙ୍କ ଉଦେଶ୍ୟରେ ନିଜର ଅଭିଜ୍ଞତା ବଖାଣିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe