ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ମନମୋହନ ସିଂଙ୍କୁ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ରାଜକୀୟ ସମ୍ନାନରେ କରାଯିବ । ମନମୋହନ ସିଂଙ୍କ ପାର୍ଥିବ ଶରୀର ଅନ୍ତିମ ସଂସ୍କାର ପାଇଁ ନିଗମବୋଧ ଘାଟରେ ପହଞ୍ଚି ସାରିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ରାଜକୀୟ ସମ୍ନାନରେ କରାଯିବ । ମନମୋହନ ସିଂଙ୍କ ପାର୍ଥିବ ଶରୀର ଅନ୍ତିମ ସଂସ୍କାର ପାଇଁ ନିଗମବୋଧ ଘାଟରେ ପହଞ୍ଚି ସାରିଛି ।

ୌ:ୌୋ

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ରାଜକୀୟ ସମ୍ନାନରେ କରାଯିବ । ମନମୋହନ ସିଂଙ୍କ ପାର୍ଥିବ ଶରୀର ଅନ୍ତିମ ସଂସ୍କାର ପାଇଁ ନିଗମବୋଧ ଘାଟରେ ପହଞ୍ଚି ସାରିଛି । ଅ ନ୍ତିମ ସଂସ୍କାରରରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ବି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ସେହିପରି ଡକ୍ଟର ମନମୋହନ ସିଂଙ୍କୁ ତୋପସଲାମୀ ଦିଆଯାଇଛି । ୩ ସେନା ପକ୍ଷରୁ ତୋପ ସଲାମୀ ଦିଆଯାଇଛି । 

ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଜାତୀୟ ଶୋକ ପାଳନ କରାଯାଉଥିବାରୁ ଆଜି ରାଷ୍ଟ୍ରପତି ଭବନରେ 'ଚେଞ୍ଜ ଅଫ୍ ଗାର୍ଡ' ଉତ୍ସବ ଅନୁଷ୍ଠିତ ହେବ ନାହିଁ। ଏହା ଏକ ସାମରିକ ପରମ୍ପରା, ଯେଉଁଥିରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀଠାରୁ ଦାୟିତ୍ୱ ଗ୍ରହଣ କରନ୍ତି। ପ୍ରତି ସପ୍ତାହରେ ଏହା ଅନୁଷ୍ଠିତ ହୋଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe