କନକ ବ୍ୟୁରୋ: ବାସ୍ତବରେ ଈଶ୍ବରଙ୍କ ଇଚ୍ଛାକୁ କେହି କେବେ ବଦଳାଇପାରନ୍ତି ନାହିଁ । ଏହି ଦୃଢ଼ ବିଶ୍ବାସର କିଛି ଶ୍ରେଷ୍ଠ ଉଦାହରଣ ଏବେ ନଜରକୁ ଆସିଛି । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦଳୀୟ ପରିଚାଳକ ଟ୍ବେଣ୍ଟି-୨୦ ଯୋଜନାରେ ପ୍ରାୟ ରଖନ୍ତି ନାହିଁ। ଈଶ୍ବରଙ୍କ ଯୋଜନା କିନ୍ତୁ ଭିନ୍ନ ଥିଲା, ଅପ୍ରତ୍ୟାଶିତ ଭାବେ ବିଶ୍ବକପ୍‌ ପାଇଁ ଡାକରା ପାଇବାର ଦିନକ ପରେ ଆସି ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ କରିଛନ୍ତି ଏହି ହାଇଦ୍ରାବାଦୀ। ୱାର୍ମ ଅପ୍‌ ମ୍ୟାଚ୍‌ରେ ହର୍ଷିତ ରାଣା ଆହତ ହୋଇ ବାଦ ପଡ଼ିବା ପରେ ଶେଷ ମୁହୂର୍ତରେ ଡାକରା ପାଇ ସିରାଜ ଆମେରିକା ବିପକ୍ଷରେ ୨୯ ରନ୍‌ ବିନିମୟରେ ୩ ୱିକେଟ୍‌ ଅକ୍ତିଆର କରିଥିଲେ। ଏହା ପରେ ସିରାଜଙ୍କ ଖୁସି ଓ ଭାବପ୍ରବଣତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । 

Advertisment

ଆହୁରି ପଢ଼ନ୍ତୁ... ଅଭିଷେକ ଅସୁସ୍ଥ! ଫେରୁଛନ୍ତି ୱାସିଂଟନ୍‌

ବିଶ୍ବକପ୍‌ ଦଳରେ ସୁଯୋଗ ପାଇନଥିବାରୁ ସିରାଜ ମାଡ୍ରିଡ୍‌ ଭ୍ରମଣ କରି ସେଠାରେ ନିଜ ପ୍ରିୟ ଫୁଟ୍‌ବଲ୍‌ ଦଳ ରିୟଲ୍‌ ମାଡ୍ରିଡ୍‌ ମ୍ୟାଚ୍‌ ଦେଖିବାକୁ ଯୋଜନା କରିଥିଲେ। ଭାରତୀୟ ଦଳରେ ଯୋଗଦେବାକୁ ସିରାଜଙ୍କୁ ଯେତେବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କଲ୍‌ କଲେ ସେ ଏହାକୁ ବିଶ୍ବାସ କରିପାରିନଥିଲେ। ଦୁଇ ଦିନ ତଳେ ସୂର୍ଯ୍ୟ ଭାଇ ମୋତେ କଲ୍‌ କରି କହିଲେ ‘ମିଆଁ ବ୍ୟାଗ୍‌ ପ୍ୟାକ୍‌ କର ଓ ମୁମ୍ବାଇ ଆସିଯା’। ମୁଁ ତାଙ୍କୁ ଉତ୍ତରରେ କହିଲି ‘ଭାଇ ମଜା କରନି, କାରଣ ଏଭଳି ହେବାର ନାହିଁ’। ସୂର୍ଯ୍ୟ କିନ୍ତୁ ସ୍ପଷ୍ଟ କରିଥିଲେ ‘ମୁଁ ସତ କହୁଛି, ପ୍ରସ୍ତୁତ ହୋଇଯା’। ଏହାର କିଛି ସମୟ ପରେ ଭାରତୀୟ ଚୟନକର୍ତା ପ୍ରଜ୍ଞାନ ଓଝାଙ୍କ କଲ୍‌ ଆସିଥିଲା।

‘ସର୍ବଶକ୍ତିମାନ ଯାହା ଲେଖିଯାଇଛନ୍ତି, ତାକୁ କେହି ବଦଳାଇପାରିବେ ନାହିଁ। ରଣଜୀ ମ୍ୟାଚ୍‌ ପରେ ମୁଁ ଫେବ୍ରୁଆରି ୧୫ରେ ରିୟଲ୍‌ ମାଡ୍ରିଡ୍‌ ମ୍ୟାଚ୍‌ ଦେଖିବାକୁ ଯୋଜନା କରିଥିଲି, ଏହା ପରେ ରମଜାନ ଆସିବ। କିନ୍ତୁ ଈଶ୍ବର ଭିନ୍ନ ଲେଖିଛନ୍ତି...’। ମୁମ୍ବାଇ ଅଭିମୁଖେ ଯାତ୍ରା ପାଇଁ ବିମାନରେ ବସିବା ପରେ ମୋତେ ସ୍ବପ୍ନ ଭଳି ଲାଗୁଥିଲା। କାରଣ ମଁ ବିଶ୍ବକପ୍‌ କଥା ଭାବି ନଥିଲି’ ବୋଲି ସିରାଜ କହିଥିଲେ।