ମରିଯାଇଛି ୩ ବର୍ଷର କୁନିଭାଇ , ରାଖୀ ବାନ୍ଧୁଛି ଭଉଣୀ .. ଯିଏ ଦେଖୁଛନ୍ତି ସେ କାନ୍ଦୁଛନ୍ତି

ନିକଟରେ ଯାଇଛି ପବିତ୍ର ରକ୍ଷା ବନ୍ଧନ । ସାରା ଭାରତ ଯେତେବେଳେ ଭାଇଭଉଣୀର ଏହି ପବିତ୍ର ତିଥିକୁ ରାଖି ବାନ୍ଧି ପାଳନ କରୁଥିଲା ଠିକ୍ ସେତେବେଳେ ନାସିକର ବଡ଼ନେର ଦୁମାଲା ଗାଁ କଇଁ କଇଁ କାନ୍ଦୁଥିଲା ।

RAKHI

RAKHI Photograph: (KanakNews)

‘‘ମୋ ଭାଇ ତୁ କୁଆଡ଼େ ଗଲୁରେ .. ରାଖୀ ପୂର୍ଣ୍ଣିମାରେ ସମସ୍ତେ ହସି ହସି ଭାଇଙ୍କୁ ରାଖୀ ବାନ୍ଧୁଛନ୍ତି ମୁଁ ଅଭାଗିନୀ ତତେ କାନ୍ଦି କାନ୍ଦି ରାଖୀ ବାନ୍ଧୁଛି । ଆରବର୍ଷ ମୁଁ ଆଉ କାହାକୁ ରାଖୀ ବାନ୍ଧିବି ? ମତେ ଦିଦି , ଦିଦି ବୋଲି ଆଉ କିଏ ଡାକିବ ? କି ଦୋଷ କରିଥିଲୁ ଯେ ବାଘ ତତେ ନେଇଗଲା , ତୋ ବଦଳରେ ଯଦି ମତେ ନେଇଥା’ନ୍ତା ବହୁତ ଭଲ ହୋଇଥା’ନ୍ତା । ହେ ଭଗବାନ ମୁଁ ତୋ ବିନା କେମିତି ବଞ୍ଚିବି , କାହା ସହ ଖେଳିବି …’’ 

ଭାଇର ଦୀର୍ଘାୟୁ କାମନା କରି ଭଉଣୀ ଯେତେବେଳେ ଭାଇ ହାତରେ ରାଖୀ ବାନ୍ଧେ ଏହି ରକ୍ଷାସୂତ୍ର ତା’ର ସୁରକ୍ଷା କବଚ ସାଜିବ ବୋଲି ସେ ଭାବେ । ନିକଟରେ ଯାଇଛି ପବିତ୍ର ରକ୍ଷା ବନ୍ଧନ । ସାରା ଭାରତ ଯେତେବେଳେ ଭାଇଭଉଣୀର ଏହି ପବିତ୍ର ତିଥିକୁ ରାଖି ବାନ୍ଧି ପାଳନ କରୁଥିଲା ଠିକ୍ ସେତେବେଳେ ନାସିକର ବଡ଼ନେର ଦୁମାଲା ଗାଁ କଇଁ କଇଁ କାନ୍ଦୁଥିଲା । ପର୍ବର ଏ ପବିତ୍ର ଦିନରେ ସକାଳୁ ସକାଳୁ ଜଣେ ୯ ବର୍ଷର ଭଉଣୀ ତା’ର ୩ ବର୍ଷର କୁନି ଭାଇ ହାତରେ ରାଖି ବାନ୍ଧୁଥିଲା କିନ୍ତୁ କାନ୍ଦି କାନ୍ଦି । 

ଘଟଣାଟି ହେଉଛି ରାଖୀ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶୁକ୍ରବାରର । ଦୁମାଲା ଗାଁ ଭଗତ ପରିବାରର ୩ ବର୍ଷର କୁନିପୁଅ ଆୟୁଷ ଭଗତ ନିଜ ଘର ବାରଣ୍ଡାରେ ଖେଳୁଥିବା ସମୟରେ ହଠାତ ଗୋଟିଏ କଲରାପତରିଆ ବାଘ ଛୁଆଟି ଉପରକୁ ଲମ୍ଫ ମାରି ପାଟିରେ ଧରି   ଦୌଡ଼ିଲା । ସଙ୍ଗେ ସଙ୍ଗେ ଆଖପାଖର ଲୋକ ଏବଂ ପରିବାର ମିଶି କୁନିପୁଅଟିକୁ ଖୋଜିବାରେ ଲାଗିଲେ କିନ୍ତୁ କିଛି ସମୟ ପରେ ଛୁଆଟି ଘର ବାରିପଟେ ମୃତ ଅବସ୍ଥାରେ ମିଳିଥିଲା । ଆୟୁଷଙ୍କ ଭଉଣୀ ଯିଏ ଗତ ଦୁଇ ଦିନ ହେଲା ଭାଇ ହାତରେ ରାଖୀ ବାନ୍ଧିବାକୁ ନେଇ ଉତ୍ସାହିତ ଥିଲା ସେ କାନ୍ଦି କାନ୍ଦି ନୟାନ୍ତ ହେଉଥିଲା । ଛୁଆଟିର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହେଲା , ସମସ୍ତେ ଅଶ୍ରୁଳ ଆଖିରେ ଆୟୁଷକୁ ଅନ୍ତିମ ବିଦାୟ ଦେଉଥିଲେ । ଆଉ ଠିକ୍ ସେତେବେଳେ ମୃତ ଭାଇର ହାତରେ ରାଖୀ ବାନ୍ଧି ଭଉଣୀ ତାକୁ ଶେଷ ବିଦାୟ ଦେଇଥିଲେ । ଏ ଦୃଶ୍ୟ ଯେ କେହି ବି ଦେଖିଲେ କୋହ ନ ସମ୍ଭାଳି ପାରି କାନ୍ଦି ଉଠିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe