ଅଧାଗଢା ଦିଅଁ ଆଗରେ ଅଧାଗଢା ଭକ୍ତ । ସିଂହଦ୍ୱାର ସାମ୍ନାରେ କାଳିଆ ପାଇଁ ନାଚୁଛନ୍ତି ଦିବ୍ୟାଙ୍ଗ ଯୁବକ ।

ସିଏ ଅଧାଗଢା, ଇଏ ବି ଅଧାଗଢା... ତା ମୁହଁରେ ହସ, ୟାଙ୍କ ମୁହଁରେ ବି ହସ । ସିଏ ବଡଦେଉଳରେ ବସିଛି, ଇଏ ବଡଦାଣ୍ଡରେ ନାଚୁଛି । ଫରକ ଏତିକି ସିଏ ଦାରୁର ଦେବତା, ଆଉ ଇଏ ରକ୍ତ ମାଂସର ମଣିଷ ।

81 dance

କନକ ବ୍ୟୁରୋ: ସିଏ ଅଧାଗଢା, ଇଏ ବି ଅଧାଗଢା... ତା ମୁହଁରେ ହସ, ୟାଙ୍କ ମୁହଁରେ ବି ହସ । ସିଏ ବଡଦେଉଳରେ ବସିଛି, ଇଏ ବଡଦାଣ୍ଡରେ ନାଚୁଛି । ଫରକ ଏତିକି ସିଏ ଦାରୁର ଦେବତା, ଆଉ ଇଏ ରକ୍ତ ମାଂସର ମଣିଷ । ସିଏ ଦରଦୀ ବନ୍ଧୁ, କିନ୍ତୁ ୟାଙ୍କ ଜୀବନ ବିତିଗଲା କାନ୍ଦୁ କାନ୍ଦୁ... ତଥାପି ମନରେ ଦୁଃଖ ନାହିଁ, ଅନୁଶୋଚନା ନାହିଁ । ନାହିଁ ବି ତିଳେମାତ୍ର ଅଭିମାନ । 

ଦୁନିଆରେ ସମସ୍ତଙ୍କୁ ଗୋଡହାତ ଦେଇ ଜନ୍ମକଲ ତାଙ୍କୁ କାହିଁକି ଦିବ୍ୟାଙ୍ଗ କଲ...? ଏ ପ୍ରଶ୍ନ କେବେ ବି କାଳିଆ ସାଆନ୍ତୁଙ୍କୁ କରି ନାହାନ୍ତି ସେ ବରଂ ତାଙ୍କ ଭାଗ୍ୟରେ କିଛି ଭିନ୍ନ ଅଛି ବୋଧେ, ତେଣୁ ଭଗବାନ ତାଙ୍କୁ ଭିନ୍ନ କରି ଗଢିଛନ୍ତି ବୋଲି ସିଏ ମାନିନେଇଛନ୍ତି...

ବଡଦେଉଳରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ବାଲଶ୍ୱରର ଦିବ୍ୟାଙ୍ଗ ଯୁବକ ପ୍ରଶାନ୍ତ । ଆଉ ସିଂହଦ୍ୱାର ସାମ୍ନାରେ ସାଆନ୍ତଙ୍କ ପ୍ରେମରେ ଭିଜି ନାଚିଛନ୍ତି ମଧ୍ୟ । ଗୋଡ ଅଛି ହେଲେ ପାଦ ନାହିଁ, ପାଦରୁ ହାତ ସବୁ ଅଧାଗଢା ତଥାପି ତାରି ଭିତରେ କାଳିଆ ପାଇଁ ନାଚିଛନ୍ତି, କାଳିଆ ପାଇଁ ଗାଇଛନ୍ତି... ମହାପ୍ରଭୁ ତାଙ୍କୁ ସବୁବେଳେ ଘଣ୍ଟ ଘୋଡାଇ ରଖିଥାନ୍ତୁ... ଏତିକି ପ୍ରାର୍ଥନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe