କନକ ବ୍ୟୁରୋ: ସମ୍ବଲପୁରୀ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଯୁବ କଳାକାର ରୁକ୍ସାନା ବାନୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ରୁକସାନା ବାନୋଙ୍କ ପରିବାର । ସାମାଜିକ ଗଣମାଧ୍ୟମରେ ତାଙ୍କ ମା’ ପଶ୍ଚିମ ଓଡିଶାର ଜଣେ ବିଶିଷ୍ଟ କଳାକାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ତେବେ ତାଙ୍କ ପରିବାର ପ୍ରତି ବିପଦ ଥିବାରୁ ସେମାନେ କୌଣସି ଥାନାରେ ଅଭିଯୋଗ କରିନାହାନ୍ତି । ଭବାନୀପାଟଣାକୁ କବର ଦେବାକୁ ନେଉଥିବା କହିଛନ୍ତି । ତାଙ୍କ ପଛରେ କିଛି ଅସାମାଜିକ ଯୁବକ ଥିବା ସାଂଘାତିକ ଅଭିଯୋଗ କରିଛନ୍ତି ରୁକ୍ସାନା ବାନୋଙ୍କ ପରିବାର । ପୂର୍ବରୁ ସେ ଦିଲ୍ଲୀ ଜନ୍ତରମନ୍ତରରେ ନିଜ ହକ୍ ପାଇଁ ଧାରଣା ଦେଇ ଚର୍ଚ୍ଚିତ ହୋଇଥିଲେ ।
ସମ୍ବଲପୁର ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ । ଯୋଜନାବଦ୍ଧ ଭାବେ ରୁକସାନା ବାନୋଙ୍କୁ ହତ୍ୟା ।
ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ଗାୟିକାଙ୍କ ପରିବାର । ବିପଦ ଆଶଙ୍କାରେ ଥାନାରେ ହୋଇନି ଅଭିଯୋଗ ।
/kanak/media/media_files/hLXZYXk1hp96Tw6MT0Q3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)