କନକ ବ୍ୟୁରୋ : ବଲିଉଡ କ୍ୱିନ୍ କଙ୍ଗନା ରଣାୱତଙ୍କ ପଲିଟିକାଲ ଡ୍ରାମା ଫିଲ୍ମ ‘ଏମରଜେନ୍ସି’କୁ ଦର୍ଶକମାନେ ବହୁତ ଉତକଣ୍ଠାର ସହ ଅପେକ୍ଷା କରିଥିଲେ । କିନ୍ତୁ ଫିଲ୍ମ ହଲରେ ଦର୍ଶକମାନଙ୍କ ମନ କିଣି ପାରିନି ‘ଏମରଜେନ୍ସି’ । ଆରମ୍ଭରୁ ବକ୍ସ ଅଫିସରେ ଫିଲ୍ମଟି ମାନ୍ଦା ଅବସ୍ଥାରେ ଚାଲିଲା । ତଥାପି ଦ୍ୱିତୀୟ ଦିନ ଫିଲ୍ମର ଆୟରେ ସାମାନ୍ୟ ବୃଦ୍ଧି ଘଟିଛି କିନ୍ତୁ ନିରାଶାଜନକ । ଆସନ୍ତୁ ଜାଣିବା 'ଏମରଜେନ୍ସି'ର ଆୟ କେତେ ଥିଲା?

Advertisment

1fhgtk

ଅନେକ ବିବାଦ ଘେରରେ ରହିବା ପରେ ଜାନୁଆରୀ ୧୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା 'ଏମରଜେନ୍ସି' । ଶନିବାର ଛୁଟି ଥିବାରୁ ଏହି ଫିଲ୍ମକୁ କିଛିଟା ଲାଭ ମିଳିଛି । ଶନିକାର 'ଏମରଜେନ୍ସି' ୩.୫ କୋଟିର ଆୟ କରିଥିଲା । ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଦିନରେ ଫିଲ୍ମଟି ଟିକେ ଭଲ ବ୍ୟବସାୟ କରିଥିଲା। କିନ୍ତୁ ତାହା ନିରାଶଜନକ ଥିଲା । ଶୁକ୍ରବାର ମୁକ୍ତିଲାଭର ପ୍ରଥମ ଦିନରେ ମାତ୍ର ୨.୫୦ କୋଟି ଟଙ୍କା ରୋଜଗାର କରିଥିଲା । ଏହା ସହିତ ଶନିବାରର କଲେକ୍ସନକୁ ମିଶାଇ ଫିଲ୍ମଟି ଦୁଇ ଦିନରେ ମାତ୍ର ୬ କୋଟି ରୋଜଗାର କରିଛି । 

3gfdrdhg

ମିଡିଆ ରିପୋର୍ଟ ଅନୁଯାୟୀ, 'ଏମରଜେନ୍ସି' ବିଷୟରେ କହିବାକୁ ଗଲେ ଫିଲ୍ମର ବଜେଟ୍ ପ୍ରାୟ ପ୍ରାୟ ୬୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ବକ୍ସ ଅଫିସରେ  ଫିଲ୍ମଟି ଯେଉଁ ମାନ୍ଦା ଗତିରେ ଚାଲିଛି ତାହାକୁ ଦେଖି ଲାଗୁଛି ନିଜର ବଜେଟ୍ ବାହାର କରିବା ମଧ୍ୟ ଅସମ୍ଭବ ହୋଇପଡିବ ଫିଲ୍ମ ନିର୍ମାତାଙ୍କ ପକ୍ଷରେ ।

2edg

କଙ୍ଗନା 'ଏମରଜେନ୍ସି'ରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିବା ସହିତ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏଥିରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି ।  କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେର, ଶ୍ରେୟସ ତଲପଡେ, ମହିମା ଚୌଧୁରୀ, ମିଲିନ୍ଦ ସୋମନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।  ଏହି ଚଳଚିତ୍ରରେ କଙ୍ଗନା ରାଜନୈତିକ ଇତିହାସର ସେହି ବିବାଦୀୟ ଘଟଣାକୁ ଦେଖାଇଛନ୍ତି,ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ତଥାପି ଚଳଚିତ୍ରଟି ଦର୍ଶକମାନଙ୍କ ମିନ କଣିବାରେ ସେତେ ସକ୍ଷମ ହୋଇପାରିନି ।