ଶୀର୍ଷା ଆଦର୍ଶ ବିଦ୍ୟାଳୟରେ ପରିଚାଳନା କମିଟିର ଜରୁରୀ ବୈଠକ

Advertisment

ବୈଠକର ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ସୁମନ୍ ଜାନା ମହାମାନ୍ୟ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ବିଦ୍ୟାଳୟ ହାସଲ କରିଥିବା ସଫଳତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ବିଗତ ବର୍ଷ ମାନଙ୍କରେ ବିଦ୍ୟାଳୟ ଯେଉଁ ସଫଳତା ହାସଲ କରିଛି ତାହାକୁ ସମସ୍ତେ ପ୍ରଶଂସା କରିଥିଲେ ।

ବୈଠକର ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ସୁମନ୍ ଜାନା ମହାମାନ୍ୟ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ବିଦ୍ୟାଳୟ ହାସଲ କରିଥିବା ସଫଳତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ବିଗତ ବର୍ଷ ମାନଙ୍କରେ ବିଦ୍ୟାଳୟ ଯେଉଁ ସଫଳତା ହାସଲ କରିଛି ତାହାକୁ ସମସ୍ତେ ପ୍ରଶଂସା କରିଥିଲେ ।

Sirsha Adarsh School

Photograph: (Kanak News)

କନକ ବ୍ୟୁରୋ : ଚଳିତ ବର୍ଷ (୨୦୨୫-୨୬) ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶୀର୍ଷାରେ ଭି.ଏମ୍.ଡି.ସି. ର ଏକ ବୈଠକ ଅନୁଷ୍ଠିତ ହୋଯାଇଅଛି । ଉକ୍ତ ବୈଠକରେ ମୟୂରଭଞ୍ଜ ଜିଲ୍ଲାର ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ାଙ୍କ ସମେତ ସାରସକଣା ବ୍ଲକ୍ ତହସିଲଦାର ମନୋଜ କୁମାର କାର୍ଜୀ, ଶୀର୍ଷା ଆର. ଆଇ ଦେବାଶିଷ ବେହେରା, ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ. ବିପ୍ଳବ ତାଉଡ଼ିଆ,ସରପଞ୍ଚ ଭାନୁ ମୁଣ୍ଡା, ପ୍ରଧାନ ଶିକ୍ଷକ ଗୋବିନ୍ଦ ମାହାଲି, ଶିକ୍ଷାବିତ୍ ଅମିୟ ଦ୍ୱାରି ଆଦି ଯୋଗ ଦେଇଥିଲେ ।

ବୈଠକର ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ସୁମନ୍ ଜାନା ମହାମାନ୍ୟ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ବିଦ୍ୟାଳୟ ହାସଲ କରିଥିବା ସଫଳତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ବିଗତ ବର୍ଷ ମାନଙ୍କରେ ବିଦ୍ୟାଳୟ ଯେଉଁ ସଫଳତା ହାସଲ କରିଛି ତାହାକୁ ସମସ୍ତେ ପ୍ରଶଂସା କରିଥିଲେ । ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟରେ ଅଟକିଥିବା ନୂତନ ଗୃହ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ବିଦ୍ୟାଳୟରେ ଖାଲିପଡ଼ିଥ‌ିବା କିରାଣୀ ପଦବୀ ପୂରଣ, ନିର୍ମିତ ଛାତ୍ରାବାସର ଶୁଭାରମ୍ଭ, ବିଦ୍ୟାଳୟରେ ଖେଳ ପଡ଼ିଆ ନିର୍ମାଣ ଇତ୍ୟାଦି କାର୍ଯ୍ୟ ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଉପଜିଲ୍ଲାପାଳଙ୍କ ସହିତ ସମସ୍ତ କମିଟି ମେମ୍ବର୍ ବିଦ୍ୟାଳୟ ପରିସର ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ଥ‌ିବା ବିଭିନ୍ନ ପାଣ୍ଠିରୁ ଆସୁଥିବା ଅର୍ଥରାଶିର କିପରି ସୁବିନିଯୋଗ ହୋଇପାରିବ କମିଟିରେ ନିଷ୍ପତ୍ତି ନିଆଯାଇଥିଲା । ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି କିପରି ହୋଇପାରିବ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା । ପରିଶେଷରେ ବୈଠକରେ ଯୋଗଦେଇ ସଫଳ କରିଥିବାରୁ ବିଦ୍ୟାଳୟର ଶିକ୍ଷକ ତାପସ କୁମାର୍ ଦାସ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe