ମ୍ୟୁନିଚ୍‌ରେ ପାକିସ୍ତାନର ଇଜ୍ଜତ ଗଲା;ମୁନିରଙ୍କୁ ଅଟକାଇଲେ ମହିଳା ସୁରକ୍ଷାକର୍ମୀ

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ତଥା ଦାବି ଅନୁଯାୟୀ, ସମ୍ମିଳନୀ ସ୍ଥାନରେ ନିୟୋଜିତ ଜଣେ ମହିଳା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ କହିଥିଲେ, ଅପେକ୍ଷା କରନ୍ତୁ, ଆପଣଙ୍କର ପରିଚୟପତ୍ର କେଉଁଠି?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ତଥା ଦାବି ଅନୁଯାୟୀ, ସମ୍ମିଳନୀ ସ୍ଥାନରେ ନିୟୋଜିତ ଜଣେ ମହିଳା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ କହିଥିଲେ, ଅପେକ୍ଷା କରନ୍ତୁ, ଆପଣଙ୍କର ପରିଚୟପତ୍ର କେଉଁଠି?

pakistan

pakistan Photograph: (kanak news)

କନକ ବ୍ୟୁରୋ : ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର୍ଙ୍କୁ ସୁରକ୍ଷା କର୍ମୀମାନେ ପ୍ରବେଶ ଫାଟକରେ ଅଟକାଇବା ପରେ ତାଙ୍କୁ ଏକ ଅସହଜ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। କୁହାଯାଉଛି ଯେ, ତାଙ୍କୁ ଅନ୍ୟ ସାଧାରଣ ଅଂଶଗ୍ରହଣକାରୀଙ୍କ ପରି ତାଙ୍କର ପରିଚୟପତ୍ର ଦେଖାଇବାକୁ କୁହାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ତଥା ଦାବି ଅନୁଯାୟୀ, ସମ୍ମିଳନୀ ସ୍ଥାନରେ ନିୟୋଜିତ ଜଣେ ମହିଳା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ କହିଥିଲେ, ଅପେକ୍ଷା କରନ୍ତୁ, ଆପଣଙ୍କର ପରିଚୟପତ୍ର କେଉଁଠି? ଦୟାକରି ଆପଣଙ୍କର କାର୍ଡ ଦେଖାନ୍ତୁ। ସୂତ୍ର କହୁଛି ଯେ, ସୁରକ୍ଷା କର୍ମୀମାନେ ତାଙ୍କୁ ଜଣେ ବିଶେଷ ଅତିଥି ଭାବରେ ନୁହେଁ, ବରଂ ଜଣେ ସାଧାରଣ ପ୍ରତିନିଧି ଭାବରେ ବ୍ୟବହାର କରିଥିଲେ।

ଅନ୍ତର୍ଜାତୀୟ ସ୍ତରରେ ବହୁତ କମ୍ ଲୋକ ଚିହ୍ନନ୍ତି

ଏହି ଘଟଣା ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ କରିଛି। ଅନେକ ଏହାକୁ ପାକିସ୍ତାନର ଅନ୍ତର୍ଜାତୀୟ ପ୍ରତିଛବି ସହିତ ଯୋଡୁଛନ୍ତି। ସମାଲୋଚକମାନେ କହିଛନ୍ତି ଯେ, ପାକିସ୍ତାନ ଭିତରେ ଅତ୍ୟନ୍ତ ଶକ୍ତିଶାଳୀ ବିବେଚିତ ସାମରିକ ମୁଖ୍ୟ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଥିବାବେଳେ ସେ ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରିପାରି ନାହାନ୍ତି। ପୂର୍ବତନ ପାକିସ୍ତାନୀ ସାମରିକ ଅଧିକାରୀ ଆଦିଲ ରାଜା ମଧ୍ୟ ଏହି ପ୍ରସଙ୍ଗରେ ମତାମତ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ବହୁତ କମ୍ ଲୋକ ଚିହ୍ନନ୍ତି, ଏବଂ ସେଥିପାଇଁ ତାଙ୍କୁ ଫାଟକରେ ଅଟକାଇ ଆନୁଷ୍ଠାନିକ ଭାବରେ ଯାଞ୍ଚ୍ କରାଯାଇଥିଲା। ତାଙ୍କ ବକ୍ତବ୍ୟ ବିତର୍କ ନିଆଁକୁ ଇନ୍ଧନ ଯୋଗାଇଛି।

ମୁନିରଙ୍କୁ ପରିଚୟପତ୍ର କାହିଁକି ମଗାଗଲା?

ଯଦିଓ ସୁରକ୍ଷା ବିଶେଷଜ୍ଞମାନେ ସହମତ ଯେ, ମ୍ୟୁନିଚ୍ ଭଳି ଉଚ୍ଚସ୍ତରୀୟ ସମ୍ମିଳନୀରେ ସୁରକ୍ଷା ଅତ୍ୟନ୍ତ କଠୋର। ସମସ୍ତ ଅଂଶଗ୍ରହଣକାରୀ, ସେମାନଙ୍କର ଜାତୀୟତା ନିର୍ବିଶେଷରେ, ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଦେଇ ଯିବାକୁ ବାଧ୍ୟତାମୂଳକ। ତେଣୁ, ପରିଚୟପତ୍ର ଯାଞ୍ଚ୍‌କୁ ଏକ ନିୟମିତ ସୁରକ୍ଷା ପଦକ୍ଷେପ ଭାବରେ ବିବେଚନା କରାଯାଇପାରେ। ତଥାପି, ଏହି ଘଟଣା ପାକିସ୍ତାନରେ ଆଲୋଚନାର ବିଷୟ ପାଲଟିଛି। କେତେକ ଏହାକୁ ପ୍ରୋଟୋକଲ୍ ସ୍ନବ୍ ବୋଲି କହୁଛନ୍ତି। ଅନ୍ୟମାନେ କହୁଛନ୍ତି, ନିୟମଗୁଡ଼ିକ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଯୁଜ୍ୟ।

ଭିଡିଓରେ କଣ ଦେଖାଯାଉଛି ?

ଭିଡିଓରେ ଦେଖାଯାଉଛି ଯେ, ଜଣେ ମହିଳା ଗେଟରେ ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ୍ କରୁଛନ୍ତି। ମୁନିର ଦୁଇଜଣ ଅଧିକାରୀଙ୍କ ସହିତ ଗେଟରେ ପ୍ରବେଶ କରୁଛନ୍ତି। ଉଭୟେ ସେମାନଙ୍କ ପରିଚୟପତ୍ର ବେକରେ ପକାଇଥିଲେ। କିନ୍ତୁ, ମୁନିର ପକାଇ ନଥିଲେ। ତାଙ୍କର ପରିଚୟପତ୍ର ଜଣେ ଅଧିକାରୀ ଧରିଥିଲେ। ଯେତେବେଳେ ମହିଳା ଜଣକ ଏହା ଦେଖିଲେ, ସେ ତାଙ୍କୁ ପଚାରିଥିଲେ, ତାଙ୍କର ପରିଚୟପତ୍ର କେଉଁଠି। ତା''''ପରେ ଅଧିକାରୀ ତାହା ଦେଖାଇଲେ। ମହିଳା ଜଣକ ପଞ୍ଚତାରକା ଫିଲ୍ଡ ମାର୍ଶାଲଙ୍କୁ  ଚିହ୍ନି ପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe