କିଏ ଏହି ଭାଉ ଗ୍ୟାଙ୍ଗ୍ , ଯିଏ ଏଲଭିସଙ୍କ ଘରେ କରିଥିଲେ ଫାୟାରିଂ ? ସାମ୍ନାକୁ ଆସିଲା ଗୁଳିମାଡ଼ର ସିସିଟିଭି ଫୁଟେଜ

ସିସିଟିଭି ଫୁଟେଜରେ ଦୁଇ ଜଣ ଆକ୍ରମଣକାରୀ ଦେଖାଯାଉଛନ୍ତି । ତୃତୀୟ ବ୍ୟକ୍ତି ବାଇକ ଧରି କିଛି ଦୂରରେ ଠିଆ ହୋଇଥିବାର ଦେଖାଯାଉଛନ୍ତି । ଗୁଳିମାଡ଼ କରି ଦୁର୍ବୃତ୍ତ ପଳାଇଥିଲେ ।

elvish-yadav

elvish-yadav Photograph: (google)

କନକ ବ୍ୟୁରୋ : ୟୁଟ୍ୟୁବର୍ ତଥା ରିଆଲିଟି ଶୋ’ର ବିଜେତା ଏଲଭିସ ଯାଦବଙ୍କ ପାଇଁ ଅଗଷ୍ଟ ୧୭ ତାରିଖ ସକାଳ ଖୁବ୍ ଭୟଙ୍କର ଥିଲା । ଗୁରୁଗ୍ରାମର ସେକ୍ଟର ୫୬ ରେ ଥିବା ତାଙ୍କର ନୂଆ ଘରେ ଭୋର ୫.୨୫ ରେ ଦୁଇ ଜଣ ଆକ୍ରମଣକାରୀ ଲଗାତାର ଗୁଳିମାଡ଼ କରିଥିଲେ । ରାଓ ସାହେବ ନାଁରେ ପରିଚିତ ଏଲଭିସଙ୍କ ଘର ଉପରକୁ ୧୨ ରୁ ଅଧିକ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଯାହାର ପୂରା ଦୃଶ୍ୟ ଏବେ ସିସିଟିଭିରେ ରେକର୍ଡ ହୋଇଯାଇଛି । ଗୁଳିମାଡ଼ ସମୟରେ ଏଲଭିସ୍ ଘରେ ନଥିଲେ । ତାଙ୍କ ବାପା ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଥିଲେ ଯେ ‘ଆମେ ସମସ୍ତେ ଶୋଇଥିଲୁ , ଏଲଭିସ ଘରେ ନଥିଲା । ଦୁର୍ବୃତ୍ତ ୨୫ ରୁ ୩୦ ରାଉଣ୍ଡ ଗୁଳି ଚଳାଇଥିବେ। । ସିସିଟିଭି ଫୁଟେଜରେ ଦୁଇ ଜଣ ଆକ୍ରମଣକାରୀ ଦେଖାଯାଉଛନ୍ତି । ତୃତୀୟ ବ୍ୟକ୍ତି ବାଇକ ଧରି କିଛି ଦୂରରେ ଠିଆ ହୋଇଥିବାର ଦେଖାଯାଉଛନ୍ତି । ଗୁଳିମାଡ଼ କରି ଦୁର୍ବୃତ୍ତ ପଳାଇଥିଲେ । ଆମେ ପୁଲିସକୁ ସୂଚନା ଦେଇଥିଲୁ ଏବଂ ପୁଲିସର ପୂରା ଟିମ୍ ଆସି ତଦନ୍ତ ଆରମ୍ଭ କରିଛନ୍ତି ।’

ତେବେ ଏହି ଘଟଣା ଲାଇଭ୍ ଦୃଶ୍ୟ ଏଲଭିସଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ କ୍ୟାପ୍ଚର କରିଛି । ଯେଉଁଥିରେ ୨ ଜଣ ଆକ୍ରମଣକାରୀ ମୁହଁରେ¨କପଡ଼ା ବାନ୍ଧି ହେଲମେଟ୍ ଲଗାଇ ଥିବାର ଦେଖିବାକୁ ମିଳୁଛନ୍ତି । ୨ ଜଣ ନନଷ୍ଟପ୍ ଫାୟାରିଂ କରୁଥିଲେ । ଜଣେ ୟୁଟ୍ୟୁବରଙ୍କ ଘର ଭିତରକୁ ପ୍ରବେଶ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ଘଟଣାରେ ଅଧିକ ଯାଞ୍ଚ୍ କରୁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe