ବର୍ଣ୍ଣବୈଷମ୍ୟ ବିବାଦ ଘେରରେ ଏଲନ ମସ୍କ

Advertisment

ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମର ଏଆଇ ସହାୟକ ଗ୍ରୋକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କୂଟନୈତିକ ପୋଷ୍ଟକୁ ଭୁଲ୍ ଭାବରେ ଅନୁବାଦ କରିଛି। ଏହା ଯୋଗୁ ସଦିଚ୍ଛାର ଏକ ବାର୍ତ୍ତାକୁ ନେଇ ମାଳଦ୍ୱୀପ ସହ ନୂଆ ବିବାଦ ଆରମ୍ଭ ହୋଇଛି

ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମର ଏଆଇ ସହାୟକ ଗ୍ରୋକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କୂଟନୈତିକ ପୋଷ୍ଟକୁ ଭୁଲ୍ ଭାବରେ ଅନୁବାଦ କରିଛି। ଏହା ଯୋଗୁ ସଦିଚ୍ଛାର ଏକ ବାର୍ତ୍ତାକୁ ନେଇ ମାଳଦ୍ୱୀପ ସହ ନୂଆ ବିବାଦ ଆରମ୍ଭ ହୋଇଛି

27bbs_17_27012026_111

Photograph: (kanaknews)

କନକବ୍ୟୁରୋ : ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମର ଏଆଇ ସହାୟକ ଗ୍ରୋକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କୂଟନୈତିକ ପୋଷ୍ଟକୁ ଭୁଲ୍ ଭାବରେ ଅନୁବାଦ କରିଛି। ଏହା ଯୋଗୁ ସଦିଚ୍ଛାର ଏକ ବାର୍ତ୍ତାକୁ ନେଇ ମାଳଦ୍ୱୀପ ସହ ନୂଆ ବିବାଦ ଆରମ୍ଭ ହୋଇଛି। ୟୁଜରମାନେ ଦେଖିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟର ଗ୍ରୋକ୍ ଭୁଲ୍ ଅନୁବାଦ କରିଛି। ଏହା ଧିଭେହି ଭାଷାରେ ଲେଖାଯାଇଥିଲା ଓ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇବା ପାଇଁ ଉଦ୍ଦିଷ୍ଟ ଥିଲା। ପ୍ରଧାନମନ୍ତ୍ରୀ ପ୍ରକୃତରେ ଯାହା କହିଥିଲେ ତାହା ସହିତ ଅନୁବାଦର ସମାନତା ନଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ପ୍ରକୃତରେ କ’ଣ ଲେଖିଛନ୍ତି

ଅଧିକ ପଢନ୍ତୁ... ଗ୍ରୋକ୍ ଏଆଇ ପ୍ରଧାନମନ୍ତ୍ରୀଙ୍କ ମାଳଦ୍ୱୀପ ପୋଷ୍ଟର ଭୁଲ୍ ଅନୁବାଦ କଲା

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରକୃତ ପୋଷ୍ଟରେ କହିଛନ୍ତି, ଭାରତର ୭୭ତମ ଗଣତନ୍ତ୍ର ଦିବସ ଅବସରରେ ମୁଁ ଆପଣଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆମେ ଉଭୟ ଦେଶର ଲୋକଙ୍କ ହିତ ପାଇଁ ଏକାଠି କାମ କରିବା। ମାଳଦ୍ୱୀପର ସମସ୍ତ ଲୋକଙ୍କ ଭବିଷ୍ୟତ ସମୃଦ୍ଧି ଓ ଖୁସିରେ ପରିପୂର୍ଣ୍ଣ ହେଉ ବୋଲି ମୁଁ କାମନା କରୁଛି। ବାର୍ତ୍ତା ଏକ କ କୂଟନୈତିକ ଆଦାନପ୍ରଦାନ ଥିଲା। ଯାହା ଭାରତ ଓ ମାଳଦ୍ୱୀପ ମଧ୍ୟରେ ସହଯୋଗ ତଥା ସଦ୍ଭାବନା ପାଇଁ ଉଦ୍ଦିଷ୍ଟ ଥିଲା।

ଗ୍ରୋକ୍ ଅନୁବାଦର ବିଷୟବସ୍ତୁରେ ସମ୍ପୂର୍ଣ୍ଣ ଭିନ୍ନ 
ଗ୍ରୋକ୍ ଅନୁବାଦରେ ଦର୍ଶାଯାଇଥିଲା, ସୁକୁରିଆ, ରାୟିଥୁନ୍ ମଜଲିସ୍। ଭାରତର ୭୭ତମ ସ୍ୱାଧୀନତା ଦିବସ ପାଳନ ମାଳଦ୍ୱୀପରେ ଅନୁଷ୍ଠିତ ହୋଇଥିଲା। ମାଳଦ୍ୱୀପ ସରକାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସୁକୁରିଆ ସରକାର ଲୋକଙ୍କ ଭାରତ ବିରୋଧୀ ଅଭିଯାନରେ ମଧ୍ୟ ସାମିଲ ହୋଇଛି। ଦୁଇଟି ଭାରତ ବିରୋଧୀ ଅଭିଯାନରେ ମଧ୍ୟ, ସେମାନେ ବିରୋଧ ପ୍ରଦର୍ଶନର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି। 
କୂଟନୈତିକ ସମ୍ବେଦନଶୀଳତା
ଭାରତ-ମାଳଦ୍ୱୀପ ସମ୍ପର୍କରେ ସାମ୍ପ୍ରତିକ ସମୟରେ ଉତ୍ତେଜନା ଦେଖାଦେଇଛି। ଭୁଲ୍ ଓ ଉତ୍ତେଜକ ଅନୁବାଦକୁ ସମ୍ପର୍କକୁ ସମ୍ବେଦନଶୀଳ କରିଛି। ଯଦିଓ ଲେଖାଟି ଭାରତ ସରକାରଙ୍କ ଦ୍ୱାରା ନୁହେଁ ବରଂ ଏଆଇ ଦ୍ୱାରା ସୃଷ୍ଟି କରାଯାଇଛି। ଗ୍ରୋକ୍ ଆଉଟପୁଟର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଭୁଲ୍ ସୂଚନା ଓ ସାଧାରଣ ଧାରଣା ଉପରେ ଏଆଇର ସମ୍ଭାବ୍ୟ ପ୍ରଭାବ ବିଷୟରେ ଚିନ୍ତା ସୃଷ୍ଟି କରିଛି। ବହୁ ୟୁଜର ଦର୍ଶାଇଛନ୍ତି ଯେ, ଏକ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସ୍ଥାପିତ ଏଆଇ ସହାୟକ ଏପରି ବିଷୟବସ୍ତୁ ପ୍ରଦର୍ଶନ କରିବା ଦ୍ୱାରା ପାଠକମାନେ ସହଜରେ ଭ୍ରମିତ ହେବାର ଆଶଙ୍କା ରହିଛି।। ଭାରତରେ ଗ୍ରୋକ୍ ସମସ୍ୟା ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ବିବାଦୀୟ ଏଆଇ ଚିତ୍ର ଓ ବିଷୟବସ୍ତୁର ସୃଷ୍ଟି ତଥା ପ୍ରସାରଣ ନେଇ ଭାରତ ସରକାର ଏଆଇକୁ ସମାଲୋଚନା କରିଥିଲେ। 
ଏଆଇ ନିର୍ଭରଯୋଗ୍ୟତା ଉପରେ ବଡ଼ ପ୍ରଶ୍ନଚିହ୍ନ
ଏହି ଘଟଣା ପୁଣି ଥରେ ଅନୁବାଦ ଭଳି ସମ୍ବେଦନଶୀଳ କାର୍ଯ୍ୟ ପାଇଁ, ବିଶେଷକରି କୂଟନୈତିକ ଓ ରାଜନୈତିକ ପ୍ରସଙ୍ଗରେ ଏଆଇ ଉପରେ ନିର୍ଭର କରିବାକୁ ନେଇ ଆଶଙ୍କା ସୃଷ୍ଟି କରିଛି। ପ୍ଲାଟଫର୍ମଗୁଡ଼ିକ ପ୍ରାୟତଃ ଏପରି ବୈଶିଷ୍ଟ୍ୟଗୁଡ଼ିକୁ ପରୀକ୍ଷାମୂଳକ ଭାବରେ ଲେବଲ୍ କରୁଥିବା ବେଳେ, ସୋସିଆଲ ମିଡିଆର ଭାଇରାଲ ହେଉଥିବା ଏହାର ଭ୍ରାମକ ବିଷୟବସ୍ତୁ ଯୋଗୁ ବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି।


         

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe