ଟ୍ରମ୍ପଙ୍କ ଶପଥ ସମାରୋହରେ ମସ୍କଙ୍କ ଭିଡିଓ ଭାଇରାଲ : ଷ୍ଟେଜରେ ଏପରି କଣ କଲେ ମସ୍କ ? ଭିଡିଓ ହେଉଛି ଭାଇରାଲ ..

Advertisment

ଟ୍ରମ୍ପଙ୍କ ଶପଥ ସମାରୋହରେ ମସ୍କ ହେଲେ ଖୁସିରେ ଆତ୍ମବିଭୋର । ସୋସିଆଲ ମିଡିଆରେ ହଙ୍ଗାମା ମଚାଇଲା ଭିଡିଓ ।

ଟ୍ରମ୍ପଙ୍କ ଶପଥ ସମାରୋହରେ ମସ୍କ ହେଲେ ଖୁସିରେ ଆତ୍ମବିଭୋର । ସୋସିଆଲ ମିଡିଆରେ ହଙ୍ଗାମା ମଚାଇଲା ଭିଡିଓ ।

musk trump

କନକ ବ୍ୟୁରୋ : ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।  ହ୍ବାଇଟ୍‌ ହାଉସ୍ କୁ ମିଳିଛି ନୂଆ ବସ୍‌ । ଆମେରିକାବାସୀଙ୍କ ଭାର ସମ୍ଭାଳିଛନ୍ତି ଟ୍ରମ୍ପ । ସୋମବାର ରାତିରେ ଭବ୍ୟ ସମାରୋହରେ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ  ।

Nazi_Salute_

ଶପଥ ସମାରୋହରେ  ସାମିଲ  ହୋଇଥିଲେ ବିଶ୍ବର ଅନେକ  ବଡ ବଡ ନେତା । ଏହି ସମୟରେ ସମସ୍ତଙ୍କ ନଜର ଥିଲା  ଏନଲ ମସ୍କଙ୍କ ଉପରେ । ମଞ୍ଚ ଉପରେ ଏପରି ରୋମାଞ୍ଚକର ପରିବେଶ ସୃଷ୍ଟି କରିଥିଲେ ଯେ ଉପସ୍ଥିତି ସମସ୍ତେ ମସ୍କଙ୍କୁ ଦେଖିକିକି ରହିଯାଇଥିଲେ । ଟ୍ରମ୍ପଙ୍କ ଶପଥ ସାମରୋହରେ  ବେଶ୍‌ ଖୁସି ଥିବାର  ନଜର ଆସିଥିଲେ  ଟ୍ରମ୍ପଙ୍କ  ପ୍ରିୟ ବନ୍ଧୁ  ଏଲନ ମସ୍କ ।

musk

ପୁରା ଜୋଶ୍‌ ର ସହ  ଷ୍ଟେଜ୍‌ ଉପରେ ଛାତି ବାଡେଇ  ହାତ ହଲାଇ  ଖୁସିରେ ନାଚି ଉଠିଥିଲେ  ଏଲନ ।  ପ୍ରିୟ ବନ୍ଧୁ ଡୋନାଲ୍ଡଙ୍କ  ଶପଥ ଉତ୍ସବରେ ମସ୍କଙ୍କ ଏପରି ଅନ୍ଦାଜ ଉପସ୍ଥିତ ସମସ୍ତଙ୍କୁ ପସନ୍ଦ ଆସିଥିଲା । ସମସ୍ତଙ୍କ ନଜର ମସ୍କଙ୍କ ଉପରେ ଥିଲା ।

20inauguration-musk

ଏଥିସହିତ ଭାଷଣରେ ମସ୍କ କହିଥିଲେ ଆମେରିକାବାସୀଙ୍କ ଭବିଷ୍ୟତ ଖୁବ୍‌ ରୋମାଞ୍ଚକର ହେବାକୁ ଯାଉଛି । ମସ୍କଙ୍କ ଏହି ଭିଡିଓ  ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏଥିସହିତ ଟ୍ରମ୍ପଙ୍କ ପରେଡ୍‌ ରେ ଦୁଇ ଥର ଲଗାତାର ନାଜି  ସାଲ୍ୟୁଟ ମାରିଥିଲେ ମସ୍କ   ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe