କନକ ବ୍ୟୁରୋ : ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟ୍ ହାଉସ୍ କୁ ମିଳିଛି ନୂଆ ବସ୍ । ଆମେରିକାବାସୀଙ୍କ ଭାର ସମ୍ଭାଳିଛନ୍ତି ଟ୍ରମ୍ପ । ସୋମବାର ରାତିରେ ଭବ୍ୟ ସମାରୋହରେ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ।
ଶପଥ ସମାରୋହରେ ସାମିଲ ହୋଇଥିଲେ ବିଶ୍ବର ଅନେକ ବଡ ବଡ ନେତା । ଏହି ସମୟରେ ସମସ୍ତଙ୍କ ନଜର ଥିଲା ଏନଲ ମସ୍କଙ୍କ ଉପରେ । ମଞ୍ଚ ଉପରେ ଏପରି ରୋମାଞ୍ଚକର ପରିବେଶ ସୃଷ୍ଟି କରିଥିଲେ ଯେ ଉପସ୍ଥିତି ସମସ୍ତେ ମସ୍କଙ୍କୁ ଦେଖିକିକି ରହିଯାଇଥିଲେ । ଟ୍ରମ୍ପଙ୍କ ଶପଥ ସାମରୋହରେ ବେଶ୍ ଖୁସି ଥିବାର ନଜର ଆସିଥିଲେ ଟ୍ରମ୍ପଙ୍କ ପ୍ରିୟ ବନ୍ଧୁ ଏଲନ ମସ୍କ ।
ପୁରା ଜୋଶ୍ ର ସହ ଷ୍ଟେଜ୍ ଉପରେ ଛାତି ବାଡେଇ ହାତ ହଲାଇ ଖୁସିରେ ନାଚି ଉଠିଥିଲେ ଏଲନ । ପ୍ରିୟ ବନ୍ଧୁ ଡୋନାଲ୍ଡଙ୍କ ଶପଥ ଉତ୍ସବରେ ମସ୍କଙ୍କ ଏପରି ଅନ୍ଦାଜ ଉପସ୍ଥିତ ସମସ୍ତଙ୍କୁ ପସନ୍ଦ ଆସିଥିଲା । ସମସ୍ତଙ୍କ ନଜର ମସ୍କଙ୍କ ଉପରେ ଥିଲା ।
ଏଥିସହିତ ଭାଷଣରେ ମସ୍କ କହିଥିଲେ ଆମେରିକାବାସୀଙ୍କ ଭବିଷ୍ୟତ ଖୁବ୍ ରୋମାଞ୍ଚକର ହେବାକୁ ଯାଉଛି । ମସ୍କଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏଥିସହିତ ଟ୍ରମ୍ପଙ୍କ ପରେଡ୍ ରେ ଦୁଇ ଥର ଲଗାତାର ନାଜି ସାଲ୍ୟୁଟ ମାରିଥିଲେ ମସ୍କ ।