ଦ୍ୱାରକା ଏକ୍ସପ୍ରେସ୍‌ୱେ ଉଦ୍‌ଘାଟନ ; ଦିଲ୍ଲୀକୁ ବିକାଶର ଭେଟି ଦେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ

Advertisment

ଆର୍ଥିକ ସୁଧାର ଉପରେ ମତ ଦେଇ ମୋଦୀ କହିଛନ୍ତି , ଦୀପାବଳି ପୂର୍ବରୁ ଜିଏସଟିରେ ବଡ଼ ସଂସ୍କାର ଅଣାଯିବ, ଯାହାଦ୍ୱାରା ବ୍ୟବସାୟୀ ଓ ସାଧାରଣ ନାଗରିକ ଉଭୟ ଲାଭବାନ ହେବେ । ସେ ଏଥିପାଇଁ ରାଜ୍ୟଗୁଡ଼ିକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ 'ଭୋକାଲ୍ ଫର୍ ଲୋକାଲ୍' କଥା ମଧ୍ୟ ଦୋହରାଇଥିଲେ ।

ଆର୍ଥିକ ସୁଧାର ଉପରେ ମତ ଦେଇ ମୋଦୀ କହିଛନ୍ତି , ଦୀପାବଳି ପୂର୍ବରୁ ଜିଏସଟିରେ ବଡ଼ ସଂସ୍କାର ଅଣାଯିବ, ଯାହାଦ୍ୱାରା ବ୍ୟବସାୟୀ ଓ ସାଧାରଣ ନାଗରିକ ଉଭୟ ଲାଭବାନ ହେବେ । ସେ ଏଥିପାଇଁ ରାଜ୍ୟଗୁଡ଼ିକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ 'ଭୋକାଲ୍ ଫର୍ ଲୋକାଲ୍' କଥା ମଧ୍ୟ ଦୋହରାଇଥିଲେ ।

19

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପ, ଦ୍ୱାରକା ଏକ୍ସପ୍ରେସୱେର ଦିଲ୍ଲୀ ସେକ୍ସନ ଏବଂ ସହରୀ ସମ୍ପ୍ରସାରଣ ସଡ଼କ-IIର ଉଦ୍‌ଘାଟନ କରିଛନ୍ତି । ମୋଦୀ ଦିଲ୍ଲୀର ରୋହିଣୀରେ ଏକ ରୋଡ୍ ସୋ' କରିବା ସହିତ ଆୟୋଜିତ ଜନସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ମଧ୍ୟ ଉପସ୍ଥିତ ଥିଲେ । ପାଖାପାଖି ୧୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପଗୁଡ଼ିକ ଟ୍ରାଫିକ୍ ଜାମ୍‌ ସମସ୍ୟାରେ ଘାଣ୍ଟି ହେଉଥିବା ଦିଲ୍ଲୀକୁ ବଡ଼ ଆଶ୍ୱସ୍ତି ଦେବ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଗଷ୍ଟ ମାସ ସ୍ୱାଧୀନତା ଓ କ୍ରାନ୍ତିର ପ୍ରତୀକ । ଏଭଳି ସମୟରେ ରାଜଧାନୀ ଦିଲ୍ଲୀ ବିକାଶ କ୍ରାନ୍ତିର ସାକ୍ଷୀ ପାଲଟିଛି । ନୂଆ ସଡ଼କ ପ୍ରକଳ୍ପ ଦ୍ୱାରା ଦିଲ୍ଲୀ, ଗୁରୁଗ୍ରାମ ଏବଂ ସମଗ୍ର ଏନସିଆରରେ ଲୋକଙ୍କ ଯାତାୟାତ ସହଜ ହେବ । ଏବେ ଅଫିସ୍, କାରଖାନା ଏବଂ ବ୍ୟବସାୟ ପାଇଁ ଯିବାଆସିବା ପୂର୍ବ ଅପେକ୍ଷା ଅଧିକ ସୁଗମ ହେବ । ଏହାଦ୍ୱାରା ସମୟ ବଞ୍ଚିବ ଏବଂ ବ୍ୟବସାୟୀ ଓ କୃଷକମାନେ ବିଶେଷ ଭାବେ ଲାଭବାନ ହେବେ । ସେ ଦିଲ୍ଲୀ-ଏନସିଆରର ନାଗରିକମାନଙ୍କୁ ଏହି ଆଧୁନିକ ଭିତ୍ତିଭୂମି ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ମୋଦୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଦିଲ୍ଲୀ-ଏନସିଆରର ଯୋଗାଯୋଗ ବ୍ୟବସ୍ଥାରେ ଅଭୂତପୂର୍ବ ସୁଧାର ଆସିଛି । ଆଜି ଏଠାରେ ବିଶ୍ୱସ୍ତରୀୟ ଏକ୍ସପ୍ରେସୱେ, ବିଶାଳ ମେଟ୍ରୋ ନେଟୱାର୍କ, ନମୋ ଭାରତ ଭଳି ରାପିଡ୍ ରେଳ ସେବା ଏବଂ ଏବେ ନୂଆ ସଡ଼କ ମଧ୍ୟ ଉପଲବ୍ଧ । ଦ୍ୱାରକା ଏକ୍ସପ୍ରେସୱେ ଏବଂ ଅର୍ବାନ ଏକ୍ସଟେନସନ୍ ରୋଡ୍ ଦିଲ୍ଲୀକୁ ଟ୍ରାଫିକ୍ ଜାମ୍‌ରୁ ବଡ଼ ଆଶ୍ୱସ୍ତି ଦେବ । ଅର୍ବାନ ଏକ୍ସଟେନସନ୍ ରୋଡ୍‌ ନିର୍ମାଣରେ ଲକ୍ଷ ଲକ୍ଷ ଟନ୍ ଆବର୍ଜନାର ବୈଜ୍ଞାନିକ ଉପଯୋଗ କରାଯାଇଛି, ଯାହା ଏହାର ଏକ ବିଶେଷ ଦିଗ । "ଦିଲ୍ଲୀକୁ ଆବର୍ଜନା ପାହାଡ଼ରୁ ମୁକ୍ତି ଦେବାର ଆମ ସଂକଳ୍ପ ଜାରି ରହିଛି ଏବଂ ଏହି ଦିଗରେ ଏହା ଏକ ବଡ଼ ପଦକ୍ଷେପ ।"

'ଖୋଜି ଖୋଜି ଶହ ଶହ ଭୁଲ୍ ଆଇନକୁ ଶେଷ କରାଯାଇଛି'

ସଫେଇ କର୍ମଚାରୀଙ୍କ ବିଷୟରେ ମୋଦୀ କହିଛନ୍ତି , ପୂର୍ବ ସରକାରମାନେ ସେମାନଙ୍କୁ ଦାସ ବୋଲି ଭାବୁଥିଲେ ଏବଂ ସେମାନଙ୍କ ବିରୋଧରେ ବିପଜ୍ଜନକ ଆଇନ ତିଆରି କରିଥିଲେ । କିନ୍ତୁ ବିଜେପି ସରକାର ଏଭଳି ଶହ ଶହ ପୁରୁଣା ଓ ଅନ୍ୟାୟପୂର୍ଣ୍ଣ ଆଇନକୁ ଶେଷ କରିଛନ୍ତି । "ଆମ ଲକ୍ଷ୍ୟ ହେଉଛି ଲୋକଙ୍କ ଜୀବନରୁ ସରକାରଙ୍କ ହସ୍ତକ୍ଷେପ ଏବଂ ଚାପକୁ ଶେଷ କରିବା । ପୂର୍ବ ସରକାରମାନେ ଦିଲ୍ଲୀର ଆମ ସଫେଇ କର୍ମୀ ସାଥୀମାନଙ୍କୁ ଦାସ ବୋଲି ଭାବୁଥିଲେ । ଯେଉଁମାନେ ମୁଣ୍ଡରେ ସମ୍ବିଧାନ ରଖି ନାଚୁଥିଲେ, ସେମାନେ ହିଁ ସମ୍ବିଧାନକୁ ଦଳି ଦେଉଥିଲେ । ଦିଲ୍ଲୀରେ ଏକ ବିପଜ୍ଜନକ ଆଇନ ଥିଲା, ଯାହା ଅନୁଯାୟୀ ଯଦି କୌଣସି ସଫେଇ କର୍ମୀ ନ ଜଣାଇ କାମକୁ ନ ଆସନ୍ତି, ତେବେ ତାଙ୍କୁ ମାସକ ପାଇଁ ଜେଲ୍‌ରେ ରଖାଯାଇପାରିବ । ଏକ ଛୋଟ ଭୁଲ୍ ପାଇଁ ସଫେଇ କର୍ମୀଙ୍କୁ ଜେଲ୍ ପଠାଇ ଦିଆଯାଉଥିଲା । ଏ ହେଉଛି ମୋଦୀ, ଯିଏ ଏଭଳି ଭୁଲ୍ ଆଇନକୁ ଖୋଜି ଖୋଜି ଶେଷ କରୁଛି ।"

'ଭାରତରେ ତିଆରି ସାମଗ୍ରୀ ହିଁ କିଣନ୍ତୁ'

ଆର୍ଥିକ ସୁଧାର ଉପରେ ମତ ଦେଇ ମୋଦୀ କହିଛନ୍ତି , ଦୀପାବଳି ପୂର୍ବରୁ ଜିଏସଟିରେ ବଡ଼ ସଂସ୍କାର ଅଣାଯିବ, ଯାହାଦ୍ୱାରା ବ୍ୟବସାୟୀ ଓ ସାଧାରଣ ନାଗରିକ ଉଭୟ ଲାଭବାନ ହେବେ । ସେ ଏଥିପାଇଁ ରାଜ୍ୟଗୁଡ଼ିକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ 'ଭୋକାଲ୍ ଫର୍ ଲୋକାଲ୍' କଥା ମଧ୍ୟ ଦୋହରାଇଥିଲେ । ସେ କହିଥିଲେ, "ଖଦି ଏକ ସମୟରେ ବିଲୁପ୍ତ ହେବାକୁ ବସିଥିଲା, କିନ୍ତୁ ଦେଶ ସଂକଳ୍ପ ନେଲା ଏବଂ ଆଜି ଖଦିର ବିକ୍ରି ୭ ଗୁଣ ବଢ଼ିଛି । ମେଡ୍ ଇନ୍ ଇଣ୍ଡିଆ ମୋବାଇଲ୍ ଏବଂ ଖେଳନାର ରପ୍ତାନି ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି ।"

ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ ଯେ ପର୍ବପର୍ବାଣିରେ ସ୍ଥାନୀୟ ଉତ୍ପାଦ ହିଁ କିଣନ୍ତୁ, ଯାହାଫଳରେ ଶ୍ରମିକ ଓ ବ୍ୟବସାୟୀ ଉଭୟଙ୍କର ଲାଭ ହେବ ଏବଂ ପଇସା ଭାରତରେ ହିଁ ରହିବ । ଦିଲ୍ଲୀ ଏଭଳି ଏକ ରାଜଧାନୀ ପାଲଟୁଛି, ଯାହା ଅତୀତର ଐତିହ୍ୟ ଏବଂ ଭବିଷ୍ୟତର ଆଧୁନିକତାର ସଙ୍ଗମ କରାଉଛି । ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଦିଲ୍ଲୀ ଆଗାମୀ ସମୟରେ ଏକ ଶ୍ରେଷ୍ଠ ଓ ବିକଶିତ ରାଜଧାନୀ ଭାବେ ଉଭା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe