କନକବ୍ୟୁରୋ:ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ଗିରଫ କରିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି । ପୂର୍ବରୁ ଇଡି ଗିରଫ କରିଥିବା ମାମଲାରେ ଜାମିନ୍‌ ମିଳି ସାରିଥିବା ବେଳେ ସିବିଆରର ଗିରଫଦାରୀକୁ ନେଇ ସୁପ୍ରିମ୍‌କୋର୍ଟର ଦୁଆରେ ପହଞ୍ଚିଥିଲେ କେଜ୍ରିୱାଲ୍‌ । ଏବେ ତାଙ୍କୁ ଜାମିନ୍‌ ମିଳିବା ପରେ ଦୀର୍ଘ ମାସ ପରେ ସେ ଜେଲ୍‌ରୁ ବାହାରିବେ । 

Advertisment

ଉଭୟ ବିଚାରପତି ବିଚାର ପ୍ରଦାନ କରି ତାଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି । ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ପ୍ରଥମେ ମାର୍ଚ୍ଚ ୨୧ ରେ ଗିରଫ କରାଯାଇଥିଲା। ଜୁନ୍ ୨୬ ରେ ସେ ଇଡି ହେପାଜତରେ ଥିବାବେଳେ ତାଙ୍କୁ ସିବିଆଇ ଗିରଫ କରିଥିଲା । ସପ୍ତାହ ପରେ, ଜୁଲାଇ ୧୨ ତାରିଖରେ କେଜ୍ରିୱାଲଙ୍କୁ ଇଡି ମାମଲାରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। 

ତେବେ ସିବିଆଇ ଗିରଫଦାରୀ ହେତୁ ସେ ତିହାର ଜେଲରେ ରହିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ଆଜି ସକାଳ ସମୟରେ ଏହି ରାୟ ପ୍ରକାଶ ପାଇଛି । ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ଆଜି ସକାଳ ୧୦.୩୦ ସମୟରେ ଏହି ରାୟ ପ୍ରକାଶ ପାଇବ । ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ । 


କେଜ୍ରିୱାଲଙ୍କୁ ଜାମିନ: କ’ଣ କହିଲେ ସୁପ୍ରିମକୋର୍ଟ
ଚାର୍ଜସିଟ ଦାଖଲ ହୋଇସାରିଛି
ନିକଟ ଭବିଷ୍ୟତରେ ଶୁଣାଣି ଶେଷ ହେବନାହିଁ
ଦୀର୍ଘସମୟ ଜେଲରେ ରଖିବା ଯଥାର୍ଥ ନାହିଁ
୧୦ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ
କେଜ୍ରିୱାଲ ତାଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଥିଲେ 
ପ୍ରଥମେ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ ଆବେଦନ ଖାରଜ କରିଥିଲେ
ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ 
ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଜାମିନ ନାମଂଜରୁ ହେବାରୁ ଦୁଇଟି ପୃଥକ ଆବେଦନ 
ସେପ୍ଟେମ୍ବର ୫ରେ ଆବେଦନ ଉପରେ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ 
ଭିଓ-ଜାମିନ ମିଳିବା ସହ ଏବେ କେଜ୍ରିୱାଲଙ୍କୁ କିଛି ସର୍ତ୍ତ ମାନିବାକୁ ପଡିବ
--

ମିଳିଲା ଜାମିନ, ମାନିବେ ସର୍ତ୍ତ
ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ଯାଇପାରିବେନି
ଏହି ମାମଲା ସହ ଜଡିତ କୌଣସି ଆଲୋଚନା ବାହାରେ କରିବେ ନାହି
ତଦନ୍ତରେ ବାଧା ସୃଷ୍ଟି କରିବାକୁ ବା ସାକ୍ଷୀ ପ୍ରମାଣ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହି
ଆବଶ୍ୟକ ପଡିଲେ ସେ ଟ୍ରାଏଲ କୋର୍ଟରେ ହାଜର ହେବେ 
ଯଦି ଦରକାର ପଡେ ତଦନ୍ତରେ ସହଯୋଗ କରିବେ ,

ସେପଟେ ଅବକାରୀ ନୀତି ମାମଲା ସହ ଜଡିତ ଅଭିଯୋଗରେ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ସେ ଜେଲରୁ ବାହାରକୁ ଆସିବାର ଖବର ରହିଛି ।  ଯାହା ପରେ ସେ ସାଧାରଣ ଲୋକଙ୍କ ସହ ଯୋଗାଯୋଗ କରିବେ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଖୁସି ବ୍ୟକ୍ତ କରିଛନ୍ତି ।  କେଜ୍ରିୱାଲଙ୍କ ସମର୍ଥକ ଓ ସହଯୋଗୀ, ପରିବାର ସବୁଠି ଖୁସିର ଲହର ଖେଳିଯାଇଛି।