କନକ ବ୍ୟୁରୋ : ସାରା ରାଜ୍ୟରେ ହାତୀ ଆତଙ୍କ । ନବରଙ୍ଗପୁର ଜିଲ୍ଲାରେ ଆତଙ୍କ ଖେଳାଉଛନ୍ତି ଛତିଶଗଡ଼ି ହାତୀ । ପୂର୍ବରୁ ଛତିଶଗଡ଼ ଓ ନବରଙ୍ଗପୁର ସୀମାନ୍ତ ରାଇଘର ବ୍ଲକରେ ଆତଙ୍କ ଖେଳାଉଥିବା ହାତୀଙ୍କ ଟାର୍ଗେଟ ବର୍ତ୍ତମାନ ଉମରକୋଟ ଅଞ୍ଚଳ ଚାଷ ଉପରେ ପଡ଼ିଛି । ଉମରକୋଟ ବ୍ଲକ ତହରା ପଞ୍ଚାୟତର ରାମପାରଠାରେ ୨ଟି ହାତୀ ମକା ଚାଷ ନଷ୍ଟ କରିଦେଇଛନ୍ତି । ଏହି ହାତୀ ଛତିଶଗଡ଼ ସୀତାନଦୀ ଅଭୟାରଣ୍ୟରୁ ଆସିଥିବା ଅନୁମାନ କରାଯାଉଛି । ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନଏସି ଭିତରେ ୨ ହାତୀ ପଶି ଆସିଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନରୁ ଭରତୀ ପାହାଡ଼ରୁ ବାହାରି ୨ଟି ହାତୀ ଯାଜପୁର ଜିଲ୍ଲା ସୁକିନ୍ଦାକୁ ପଳାଇଥିଲେ । ଏବେ ପୁଣି ସେମାନେ ଭୁବନକୁ ଫେରିଆସିଛନ୍ତି । ଫଳରେ ଭୁବନରେ ୩ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏବେ ଏହି ହାତୀପଲ ବାଜିରାଉତ ସ୍ମୃତି ମହାବିଦ୍ୟାଳୟକୁ ଲାଗି ରହିଥିବା ଜଙ୍ଗଲରେ ଡେରା ପକାଇଛନ୍ତି । ଯାହାକୁ ନେଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଛି ।
ରାଜ୍ୟରେ ହାତୀ ବଢ଼ାଉଛି ଆତଙ୍କ : ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଦନ୍ତା,ଫସଲ ନଷ୍ଟ ପରେ ଚିନ୍ତାରେ ଚାଷୀ
ନବରଙ୍ଗପୁର ଜିଲ୍ଲାରେ ଆତଙ୍କ ଖେଳାଉଛନ୍ତି ଛତିଶଗଡ଼ି ହାତୀ । ପୂର୍ବରୁ ଛତିଶଗଡ଼ ଓ ନବରଙ୍ଗପୁର ସୀମାନ୍ତ ରାଇଘର ବ୍ଲକରେ ଆତଙ୍କ ଖେଳାଉଥିବା ହାତୀଙ୍କ ଟାର୍ଗେଟ ବର୍ତ୍ତମାନ ଉମରକୋଟ ଅଞ୍ଚଳ ଚାଷ ଉପରେ ପଡ଼ିଛି ।
/kanak/media/media_files/2025/09/01/elephant-2025-09-01-17-38-09.jpg)