କନକ ବ୍ୟୁରୋ: ଯୋଡ଼ା ବିଛାକୁଣ୍ଡି ରାସ୍ତାରେ ହାତୀ ଆତଙ୍କ । ଭୟଭୀତ ହୋଇ ପଡିଛନ୍ତି ଲୋକେ । ବନବିଭାଗ କର୍ମଚାରୀ ଓ ସ୍କ୍ୱାର୍ଡ ନିୟୋଜିତ ଥିଲେ ବି ହାତୀ ଘଉଡାଇବାରେ ବିଫଳ ହୋଇଥିବା ଜଣାପଡିଛି । ଏହି ହାତୀ ପଲରେ ୧୮ ହାତୀ ରହିଛନ୍ତି । ହାତୀ ପଲ ବିଛାକୁଣ୍ଡି ଜଙ୍ଗଲରୁ କମାରଯୋଡ଼ା ମଧ୍ୟରେ ରହିଥିବା ଜନବସତି ଅଞ୍ଚଳରେ ଘୁରି ବୁଲୁଛନ୍ତି ।
ଲୋକେ ଘରୁ ବାହାରିବା ପାଇଁ ଅସୁରକ୍ଷିତ ମନେ କରୁଛନ୍ତି । ଖଣ୍ଡବନ୍ଧ ଖଣି ଅଞ୍ଚଳକୁ ଶ୍ରମିକ ମାନେ ନିୟମିତ ଯାଆ ଆସ କରୁଛନ୍ତି । ହାତୀପଲ ରାସ୍ତା କଡ଼ରେ ବିଚରଣ କରୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତ ଦଶ ଦିନ ହେଲା ଏହି ଅଂଚଳରେ ହାତୀ ବୁଲୁଥିବା ବେଳେ ଗାଁର ଲୋକ ଭୟଭୀତ ହୋଇପଡିଛନ୍ତି ।