ଆଠଗଡ଼ରେ ଉତ୍ପାତ କରୁଛନ୍ତି ହାତୀ; ଚିନ୍ତାରେ ବନ ବିଭାଗ

ଆଠଗଡ଼ ବନଖଣ୍ଡ ଅଧିନ ଓରନ୍ଦା ଜଙ୍ଗଲରେ ୧୮ ଟିକିଆ ହାତୀ ପଲ୍ଲ ପାଇଁ ବନ ବିଭାଗ ଏବେ ଗାଁକୁ ଗାଁକୁ ବୁଲି ସଚେତନ କରୁଛି । ହାତୀ ସହ ଲଢ଼େଇ ନ କରି ବନ ବିଭାଗକୁ ତୁରନ୍ତ ଖବର ଦେବା ପାଇଁ ବିଭାଗ ମାଇକ ଯୋଗେ ଅନୁରୋଧ କରାଯାଇଛି ।

Elephants Menance

Photograph: (Kanak News)

କନକ ବ୍ୟୁରୋ : ହାତୀ ପାଇଁ ଟେନସନରେ ବନବିଭାଗ । ଆଠଗଡ଼ ବନଖଣ୍ଡ ଅଧିନ ଓରନ୍ଦା ଜଙ୍ଗଲରେ ୧୮ ଟିକିଆ ହାତୀ ପଲ୍ଲ ପାଇଁ ବନ ବିଭାଗ ଏବେ ଗାଁକୁ ଗାଁକୁ ବୁଲି ସଚେତନ କରୁଛି । ହାତୀ ସହ ଲଢ଼େଇ ନ କରି ବନ ବିଭାଗକୁ ତୁରନ୍ତ ଖବର ଦେବା ପାଇଁ ବିଭାଗ ମାଇକ ଯୋଗେ ଅନୁରୋଧ କରାଯାଇଛି । ୧୮ ଟିକିଆ ହାତୀ ପଲ୍ଲ ମଧ୍ୟରୁ ୬ଟି ଦନ୍ତା ରହିଥିବା ବନବିଭାଗ ସୂଚନା ଦେଇଛି ।

ହାତୀ ମାନଙ୍କ ଗତିବିଧି ଉପର ତୀକ୍ଷ୍ମ ନଜର ରଖିଛି ବନବିଭାଗ । ଓରନ୍ଦା ଜଙ୍ଗଲରେ ଏକ ୱାଚଟାୱର ଉପରେ ରହି ହାତୀ ମାନଙ୍କର ଚଳପ୍ରଚଳ ଉପରେ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ନଜର ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe